Site icon Awaj Media

ସ୍କୁଲ ରେ ପଠା ପଢେଇବା ବଦଳ ରେ ଫୋନ ରେ ମାତିଛନ୍ତି ଶିକ୍ଷକ : ଛାତ୍ର ଛାତ୍ରୀ ଓ ଅଭିଭାବକ ଦେଲେ ଧାରଣା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବିଦ୍ୟାଳୟ ରେ ଶିକ୍ଷକ ଙ୍କ ପଠା ପଢାଇବା କମ୍ , ହେଲେ ଫୋନ ର ବ୍ୟବହାର ଅଧିକ ! ଖାଲି ଏତିକି ନୁହେଁ ଶ୍ରେଣୀ ଗୃହ ର ଅଭାବ ଯାହା ଫଳରେ ବାଧ୍ୟ୍ୟ ହୋଇ ଗଛମୂଳେ ରୋଷେଇ କୁ ନେଇ ଅତିଷ୍ଠ ଛାତ୍ର ଛାତ୍ରୀ ଓ ଅଭିଭାବକ ! ଏ ସମସ୍ତ ଅସୁବିଧାର ପ୍ରତିବାଦ କରି ବିଦ୍ୟାଳୟ ର ଗେଟ ତାଲା ପକାଇ ବସିଲେ ଧାରଣାରେ । ସୁଚନା ମୁତାବକ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ କାପ୍ତାପଲ୍ଲୀ ପଂଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ ଚାଲିଥିବା ବେଳେ ୨୦୨୨ ଜୁଲାଇ ୩୦ ରେ ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ରେ ମାନ୍ୟତା ପାଇଥିଲା | ବିଦ୍ୟାଳୟରେ ପ୍ରଥମ ରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ (୮୫) ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ଦୁଇଟି ପକ୍କା ଘର ଥିବା ବେଳେ ଦୁଇଟି ପୁରୁଣା ଭଙ୍ଗା ଘରେ ଦୁଇଟି ଶ୍ରେଣୀ ର ପିଲା ଗୋଟାଏ ଘରେ ପଢୁଥିବା ବେଳେ ଗଛମୂଳେ ଚାଲୁଛି ରୋଷେଇ | ସୁରକ୍ଷା ପାଚେରୀ ଏବଂ ଗେଟ୍ ର ସମସ୍ୟା ରହିଛି । କିନ୍ତୁ ମୁଖ୍ୟତଃ ବିଦ୍ୟାଳୟ ର କାର୍ଯ୍ୟରତ ଶିକ୍ଷକ ଅଶୋକ କୁମାର ନାୟକ ପାଠପଢା କମ୍ କିନ୍ତୁ ମୋବାଇଲ ଦେଖିବାରେ ଅଧିକ ସମୟ ବିତାଇବା ହେତୁ ଆଜିର ଏହି ଧାରଣା ବୋଲି ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଏହି ବିଷୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁବାଷ କୁମାର ଚନ୍ଦ୍ର ନାୟକ ଙ୍କ ସହିତ ଆଲୋଚନା କରିଥିଲୁ ! ଅସୁବିଧା ଅଛି ସତ କିନ୍ତୁ ଆଜିର ଏହି ଧାରଣା ଆମକୁ କିଛି ନ ଜଣେଇ ବସିବା ଏକ ଦୁଃଖ ଘଟଣା ବୋଲି କହିଥିଲେ ! କିନ୍ତୁ ବିଦ୍ୟାଳୟ ସଭାପତି ବାସୁଦେବ ବେହେରା ଙ୍କ ମତାମତ ମିଳି ପାରିନାହିଁ । ବିଦ୍ୟାଳୟ ରୋଷେଇୟା ସୁକୁମାରୀ ଜାନୀ ଓ ମଲି ପ୍ରଧାନ କୁହନ୍ତି ରୋଷେଇ ପାଇଁ ଖରା ଦିନ ଚଳୁଛି ବର୍ଷା ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କିନ୍ତୁ ବିଦ୍ୟାଳୟ ର କାର୍ଯ୍ୟରତ ଶିକ୍ଷକ ଅଶୋକ କୁମାର ନାୟକ ଙ୍କ ମତାମତ ନେଇଥିଲୁ , ସେ କହିଛନ୍ତି ମୁଁ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସଠିକ ସମୟରେ ଆସେ ଓ ପାଠମଧ୍ୟ ଭଲରେ ପଢାଏ ! ଏହି ଅଭିଯୋଗ ସମ୍ପୁର୍ଣ୍ଣ ମିଛ ବୋଲି କହିଛନ୍ତି । ନୂଆଗାଁ ଏବିଇଓ ବସନ୍ତ କୁମାର ନାୟକ ଙ୍କୁ ଯୋଗାଯୋଗ କରିଥିଲୁ ସେ ବୁଝିବା ବୋଲି କହିଥିଲେ | ତେବେ ଦେଖିବକୁ ବାକି ରହିଲା କେବେ ସୁଧୁରୁଛି ସମସ୍ୟା |

Exit mobile version