Site icon Awaj Media

ବେରୁଆଁବାରୀ ପଂଚାୟତରେ ମନରେଗା ଦୁର୍ନୀତି : ଜବକାର୍ଡଧାରୀଙ୍କ ସ୍ବାକ୍ଷର ଜାଲିଆତି ସୀମା ଲଂଘିଛି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବେରୁଆଁବାରୀ ପଂଚାୟତରେ ମନରେଗା ଦୁର୍ନୀତି , ଜବକାର୍ଡଧାରୀଙ୍କ ସ୍ବାକ୍ଷର ଜାଲିଆତି ସୀମା ଲଂଘିଛି ! ବିଡିଓ ଓ ତହସିଲଦାରଙ୍କୁ ଅଭିଯୋଗ କଲେ ପଂଚାୟତବାସୀ ! ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ବେରୁଆଁବାରୀ ପଂଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହେଉଥିବା କାର୍ଯ୍ୟ ଗୁଡିକ ମେସିନ ଯୋଗେ କରାଯାଇ ଏଥିରେ ବିଲ ହାତେଇବା ପାଇଁ ଜବକାର୍ଡଧାରୀଙ୍କ ଅଜାଣତରେ ସେମାନଙ୍କ ଜାତ ଦସ୍ତଖତ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅନେକ ଅଭିଯୋଗ ନେଇ ବେରୁଆଁବାରୀ ପଂଚାୟତବାସୀଙ୍କ ପକ୍ଷରୁ ନୂଆଗାଁ ବିଡିଓ ଏବଂ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ନୁଆଗାଁ ବ୍ଲକ ଅନ୍ତର୍ଗତ ବେରୁଆଁବାରୀ ପଂଚାୟତରେ ମନରେଗା ଯୋଜନାରେ ଚାଲିଥିବା ବେରୁଆଁବାରୀ ଠାରୁ ମଣିଆକୋଟ ରାସ୍ତା, ଚାକୁଣ୍ତାପଲ୍ଲୀ ମଣିଆକୋଟ ଠାରୁ ବେରୁଆଁବାରୀ ରାସ୍ତା, ବଧୁଲିପୁର ମଣିଆକୋଟ ମଙ୍ଗଳାଗଣ୍ତ ଆଡିବନ୍ଧ, ଯଦୁପଲ୍ଲୀ ଶ୍ମଶାନ ପୋଖରୀ, ବେରୁଆଁବାରୀ ପଂଚାୟତ ହାଇସ୍କୁଲ ଖେଳପଡିଆ ଓ ପାଚେରୀ ଆଦି କାର୍ଯ୍ୟ ଗୁଡିକରେ ଶ୍ରମିକମାନଙ୍କ ବଦଳରେ ମେସିନରେ କାର୍ଯ୍ୟ କରି କାର୍ଯ୍ୟ ପାଇଁ ଆବେଦନ ଫର୍ମରେ ଜନକାର୍ଡଧାରୀଙ୍କ ଜାଲ ଦସ୍ତଖତ ହେଉଛି। ପରେ ସେମାନଙ୍କ ଜମାଖାତାକୁ ଟଙ୍କା ଆସିବା ପରେ ସେମାନଙ୍କୁ କିଛି ହାତଗୁଞ୍ଜା ଦେଇ ଜମାଖାତାକୁ ଆସିଥିବା ପାରିଶ୍ରମିକ ଟଙ୍କାକୁ ତମର ଅଧେକୁ ଆମର ଅଧେ ନ୍ୟାୟରେ ହଡପ କରାଯାଉଛି। ଯଦି ପଂଚାୟତବାସୀଙ୍କ ପକ୍ଷରୁ ଅଭିଯୋଗ କରିବା ପାଇଁ କାର୍ଯ୍ୟାଳୟକୁ ଆସୁଛନ୍ତି ସେଠାରେ ଦାୟିତ୍ବରେ ଥିବା ନିର୍ବାହୀ ଅଧିକାରୀ ଏବଂ ଜିଆରଏସଙ୍କ ଭେଟ ନପାଇ ଫେରିଯାଉଛନ୍ତି। ତେବେ ଏହି ମନରେଗା କାର୍ଯ୍ୟ ଗୁଡିକ ପଛରେ କିଛି ବଡ ବଡିଆଙ୍କର ହାତ ରହୁଥିବା ଯୋଗୁଁ ବିଭାଗୀୟ ଅଧିକାରୀ କାର୍ଯ୍ୟ ତଦାରଖ କରିବାକୁ ସାହାସ ଜୁଟାଇ ପାରୁନାହାଁନ୍ତି। କାର୍ଯ୍ୟ କରଥିବା ସମୟର ଫଟୋ ଅପଲୋଡ କରିବା ପାଇଁ ସରକାରଙ୍କ ନିେର୍ଦ୍ଦଶ ରହିଥିବା ବେଲେ କିଛି ହାତ ଗଣତି ଲୋକଙ୍କୁ ଜାଗା ଉପରେ ଛିଡାକରି ଫଟୋ ଅପଲୋଡ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଉଛି। ପୂର୍ବରୁ ଏହି ପଂଚାୟତର ଏକ ମନରେଗା କାର୍ଯ୍ୟରେ ବେଆଇନ ଭାବେ ମେସିନ ନିୟୋଜିତ ହୋଇଥିବା ବେଳେ ସେଠାରେ ରାଜସ୍ବ କ୍ଷତି ହେଉଥିବା ନେଇ ଫାଇନ ଆଦାୟ ହୋଇଥିବା ବେଳେ ବର୍ତମାନ ସମୟରେ ଚାଲିଥିବା ମନରାଗା କାର୍ଯ୍ୟ ଗୁଡିକରେ ନିୟୋଜିତ ମେସିନ ଗୁଡିକୁ ଫାଇନ ପକାଇବାରେ କଣ ପାଇଁ ପଛଘୁଂଚା ଦିଆଯାଉଛି ବୋଲି ପଂଚାୟତବାସୀ ପ୍ରଶ୍ନ କରିଛନ୍ତି। ତେବେ ବେରୁଆଁବାରି ପଂଚାୟତରେ ମନରେଗା ଯୋଜନାରେ ହେଉଥିବା ବ୍ୟାପକ ଦୁର୍ନୀତି ପ୍ରତି ଜିଲ୍ଲା ପ୍ରଶାସନ ବିଶେଷ ଭାବେ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି।

Exit mobile version