Site icon Awaj Media

ସେଞ୍ଚୁରିୟାନ ବିଶ୍ଵ ବିଦ୍ୟାଳୟରେ ଦ୍ୱିତୀୟ ଉତ୍କଳ କୃଷିମେଳ। ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସେଞ୍ଚୁରିୟାନ ବିଶ୍ଵ ବିଦ୍ୟାଳୟର ଦ୍ୱିତୀୟ ଉତ୍କଳ କୃଷିମେଳା 21 ଓ 22 କୃଷି ଜାଗରଣର ସମର୍ଥନରେ ଆୟୋଜିତ ହୋଇଛି । ଏଥିରେ ଚାଷି ମାନଙ୍କୁ ନୂତନ ଓ ଆଧୁନିକ ଚାଷ ପ୍ରଣାଳୀ ବିଷୟରେ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ନଟବର ଷଡଙ୍ଗୀ,ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟର ରେଜିଷ୍ଟର ଡକ୍ଟର ଅନିତା ପାତ୍ର, ଜାତୀୟ ସ୍ତରୀୟ କୃଷି ଗଣମାଧ୍ୟମ କୃଷି ଜାଗରଣର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ଏସ. ସି. ଡୋମିନିକ୍ ଏବଂ ଏମ୍.ଏସ. ସ୍ୱାମୀ ନାଥନ୍ ସ୍କୁଲର ଅଧ୍ୟକ୍ଷ ପ୍ରଫେସର ଏମ୍. ଦେବେନ୍ଦର ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ । ସମସ୍ତ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ କୃଷି କ୍ଷେତ୍ରର ଉନ୍ନତି ନିମନ୍ତେ ପରାମର୍ଶ ଦେଇଥିଲେ । ଏଠାରେ ଆୟୋଜନ ହୋଇଥିବା କୃଷି ମେଳାର ଗୁରୁତ୍ୱ ବିଷୟରେ ଚାଷି ମାନଙ୍କୁ ଜଣାଇଥିଲେ । ଏହି ମେଳାରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ଯୋଗ ଦେଇଥିଲେ ଏବଂ ଚାଷି ମାନଙ୍କୁ ରାସାୟନିକ ପଦାର୍ଥ, କୃଷିଭିତ୍ତିକ ଯନ୍ତ୍ରପାତି ଏବଂ ନୂତନ କୃଷି ପ୍ରଣାଳୀ ଯେପରି Hydroponrs, protccted cultivation ବିଷୟରେ ଅବଗତ କରାଇଥିଲେ । ସେଞ୍ଚୁ ରିୟାନ ବିଶ୍ୱ ବିଦ୍ୟାଳୟ ଏବଂ କୃଷି ଜାଗରଣ ସମସ୍ତ ଚାଷି ସରକାରୀ ଓ ବେସରକାରୀ ଅନୁଷ୍ଠାନ ପ୍ରୟୋଜନ ଏବଂ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ସ୍ବେଚ୍ଛାସେବକ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

 

 

Exit mobile version