ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ସ୍ଥିତ ଶିରିଡ଼ି ସାଇ ମନ୍ଦିର ର ୧୧ ତମ ବାର୍ଷିକ ଉତ୍ସବ ଅବସରରେ ଶିରିଡ଼ି ସାଇ ଭଗବତୀ ଟ୍ରଷ୍ଟ, ବାଣପୁର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି ବିଶାଳ ସାଇ ଭଜନ ସନ୍ଧ୍ୟା । ଏହି ଉତ୍ସବ ଦୁଇଦିନ ଧରି ଆୟୋଜିତ ହେଉଥିବା ବେଳେ ପ୍ରଥମ ଦିନ ସନ୍ଧ୍ୟା ୬:୩୦ ମିନିଟ ସମୟରେ ସାଇ ବାବାଙ୍କ ପାଲିଙ୍କି ଶୋଭାଯାତ୍ରା ବାଣପୁର ନଗର ପରିକ୍ରମା କରିଥିଲା । ଦ୍ୱିତୀୟ ଦିନ ଅବସରରେ ବାଣପୁର ଐତିହାସିକ ପଲଟଣ ପଡ଼ିଆରେ ବିଶାଳ ସାଇ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ୫.୪୫ ମିନିଟ ସମୟର ଅତିଥି ଆଗମନ , ସନ୍ଧ୍ୟା ୬.୦୦ ମିନିଟ ସମୟରେ ସାଇ ଆରତୀ ସନ୍ଧ୍ୟା ୬.୩୦ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ଓ ସମାଜସେବୀ ସ୍ୱାଗତିକା ଜଗଦେବ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ସନ୍ଧ୍ୟା ୭ ଘଟିକା ସମୟରେ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ପଙ୍କଜ ଜାଲ, ତୁସି କୈର(ମୁମ୍ବାଇ), ମୋନାଲି ମଧୁସ୍ମିତା, ଆଲୋକ କୁଣ୍ଡୁ, କୁମାର ଦିଲ୍ଲୀପ ଙ୍କ ଦ୍ଵାରା ସାଇ ଭଜନ ପରିବେଷଣ ଓ କଥାବାଚକ ଡଃ ଆଦିତ୍ୟ ପାଢ଼ୀ ,ମନୋଜ ପ୍ରଧାନ ଏବଂ ଓଡ଼ିଶାର ବିଶିଷ୍ଟ ବାଦ୍ୟଯନ୍ତ୍ର କଳାକାର ମାନଙ୍କ ଦ୍ଵାରା ଭଜନାମୃତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ରାତ୍ର ୮.୪୫ ମିନିଟ ଠାରୁ ଭଗବତ ପଦ ରେଣୁ ଆଶ୍ରିତ ଓ ହଜାର ହଜାର ସାଇ ଶ୍ରଦ୍ଧାଳୁ ମାନେ ସାଇ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଦେଖିବା ପାଇଁ ବାଲୁଗାଁ ବାଣପୁର ଚିଲିକା ଅଞ୍ଚଳର ହଜାର ହଜାର ସାଇ ଶ୍ରଦ୍ଧାଳୁଙ୍କ ପଲଟଣ ପଡ଼ିଆରେ ଭିଡ ଜମେଇ ଥିବାର ଦେଖିବାକୁ ମିଳିଥିଲା ।
ବାଣପୁର ପଲଟଣ ପଡ଼ିଆରେ ଅନୁଷ୍ଠିତ ହେଲା ବିଶାଳ ସାଇ ଭଜନ ସନ୍ଧ୍ୟା !!!

