Site icon Awaj Media

ସେଞ୍ଚୁରିଆନ୍ ୟୁନିଭରସିଟିରେ କ୍ୟାମ୍ପସ୍ ପ୍ଲେସମେଣ୍ଟ ଡ୍ରାଇଭ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : Professional Assistance for Development Action (PRADAN) ତରଫରୁ ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ କ୍ୟାମ୍ପସ୍ ପ୍ଲେସମେଣ୍ଟ ଡ୍ରାଇଭ ପରିଚାଳନା କରିଛନ୍ତି । ବାର୍ଷିକ 8.2 ଲକ୍ଷ ର ଦରମା ପ୍ୟାକେଜ ସହିତ PRADAN 10 ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରିଛି। ଏଥି ପୂର୍ବରୁ ରାଲିସ ଇଣ୍ଡିଆ 10 ଜଣଙ୍କୁ 8.5 ଲକ୍ଷ ର ଦରମା ପ୍ୟାକେଜରେ ନିର୍ଯୁକ୍ତି କରିଥିବା ବେଳେ ITC, IFFCO, Kissan, BAIF, Profarm India Pvt Ltd, Dedicated Agri Services, Basix Krishi Samrudhi Ltd ଏବଂ କିଛି ଘରୋଇ ବ୍ୟାଙ୍କ BSc( AG) ଛାତ୍ର ଛାତ୍ରୀ ମାନଙ୍କୁ ନିର୍ଯୁକ୍ତି କରିଛନ୍ତି। କ୍ୟାମ୍ପସ ପ୍ଲେସମେଣ୍ଟ ଡ୍ରାଇଭ ଡେପୁଟି ରେଜିଷ୍ଟ।ର (ଟ୍ରେନିଂ ଆଣ୍ଡ ପ୍ଲେସମେଣ୍ଟ) ଡକ୍ଟର ଏସ୍ କାମେଶ୍ୱର ରାଓଙ୍କ ତତ୍ୱାବଧାନରେ ସମ୍ପାଦିତ ହୋଇଛି।ଏବଂ ସେ ନିଶ୍ଚିତ କରିଛନ୍ତି ଯେ ସେଞ୍ଚୁ ରିଆନ ୟୁନିଭରସିଟି ରେ ସିନଜେଣ୍ଟ। ଇଣ୍ଡିଆ, ଆରିସ୍ ଏଗ୍ରୋ, କରୋମଣ୍ଡେଲ ହର୍ଷଟ୍ରଷ୍ଟ, ନାଗାର୍ଜୁନ ଫାର୍ଟିଲାଇଜର,ICICI ବ୍ୟାଙ୍କ HDFC ବ୍ୟାଙ୍କ, Axis ବ୍ୟାଙ୍କ ଇତ୍ୟାଦି ସହିତ ନିର୍ଯୁକ୍ତି ସୁଯୋଗ ରହିଛି।ବହୁତ ଜଲଦି ସେମାନେ କ୍ୟାମ୍ପସ ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ।ଛାତ୍ର ଛାତ୍ରୀ ମାନଙ୍କୁ International Crops Research Institute for semi -Arid Tropics (ICRISAT) IFFCO Kissan ଆଦି କମ୍ପାନୀରେ ଇଣ୍ଟରସିପିର ସୁଯୋଗ ପ୍ରଦାନ କରାଯାଇଛି। ପ୍ରଫେସର ଡି ଏନ୍ ରାଓ (ଉପ ସଭାପତି CUTM) ପ୍ରଫେସର ସୁପ୍ରିୟା ପଟ୍ଟନାୟକ କୁଳପତି ତଥା ପ୍ରଫେସର ଅନିତା ପାତ୍ର ରେଜିଷ୍ଟର ମନୋନୀତ ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Exit mobile version