Site icon Awaj Media

୧୦୭୧ ଦିନରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର କରୋନା କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମ୍ପ୍ରତି ଭାରତରେ କରୋନାର ସ୍ଥିତି ତ୍ରିସଂଖ୍ୟା ମଧ୍ୟରେ ଦେଖିବାକୁ ମିଳୁଥିବା ବେଳେ ଓଡ଼ିଶାରେ କାଁ-ଭାଁ ଦେଖିବାକୁ ମିଳୁଛି । ତଥାପି ସଚେତନତାର ଆବଶ୍ୟକତାକୁ ଆଖି ଆଗରେ ରଖି ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ଆଜକୁ ୧୦୭୧ ଦିନ ଧରି ନିରବଚ୍ଛିନ୍ନ ପ୍ରକ୍ରିୟାରେ ଚାଲୁ ରହିଛି ମହାମାରୀ କରୋନା ସଚେତନତା ସହ କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ । ଏହାକୁ ସଂପୂର୍ଣ୍ଣ ଭାବରେ ଲୋପ କରିବା ପାଇଁ ଲାଗି ପଡ଼ିଛି ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଅଗ୍ରଣୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ । ଗତ ୨୩ ତାରିଖର ତଥ୍ୟ ଅନୁଯାୟୀ ଭାରତରେ ନୂତନ କରୋନା ସଂକ୍ରମଣର ସଂଖ୍ୟା ୧୬୬ ଥିବାବେଳେ ୨୪ ତାରିଖ ତଥ୍ୟ ଅନୁଯାୟୀ ଏହା ୧୮୩ କୁ ବୃଦ୍ଧି ପାଇଛି । ମାତ୍ର ଗତ ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଓଡିଶାର ସ୍ଥିତି ଏକ ଗୋଟିରେ ସୀମିତ ରହିଛି । ଏଣୁ ଆଉ କିଛି ଦିନ ସଚେତନତା ସହ କୋଭିଡ୍ ନିୟମକୁ ମାନିବାର ଆବଶ୍ୟତା ରହିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ଫାଉଣ୍ଡେସନର ନିରବଚ୍ଛିନ୍ନ ସେବାକାର୍ଯ୍ୟର ଦିନ ସଂଖ୍ୟା ୧୦୭୦ ଓ ୧୦୭୧ ଏହି ଦୁଇ ଦିନ ଧରି କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର୍, ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ସାଗର ମଲ୍ଲିକ, ରାକେଶ ଜେନା ଆଦି ଦଶରଥପୁର ବ୍ଳକର କରାଣ୍ଡିପୁର, ଦୂବକଣ, କଟିଆ, ବୌଳାଙ୍ଗ ସମେତ ବିଭିନ୍ନ ସ୍ଥାନ ବୁଲି ବୁଲି ଲୋକ ମାନଙ୍କୁ କରୋନା କିଟ୍ ସହ ଗରିବ ଓ ଅସହାୟ ମାନଙ୍କୁ ଡ୍ରେସ୍, ଗ୍ରୋସରୀ ସାମଗ୍ରୀ ସହ ପରିଷ୍କାର ପରିଚ୍ଛନ୍ନ ରହିବା ପାଇଁ ଡେଟେଲ, ଫିନାଇଲ, ସାବୁନ ଆଦି ବଣ୍ଟନ କରୁଥିବାର ଦେଖିବାକୁ ମିଳିଛି ।

Exit mobile version