Site icon Awaj Media

କଲମପଡା ଠାରେ ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅନ୍ତର୍ଗତ କୋଏରମାଣ୍ଡୁ ପଞ୍ଚାୟତ କଲମପଡାଠାରେ ନୂତନ ଭାବେ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । କ୍ୟାମ୍ପ ଉଦଘାଟନ ସମୟରେ ବିଏସଏଫ କମାଣ୍ଡାଣ୍ଟ ସଞ୍ଜୀବ କୁମାର, କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର, ବାଲିଗୁଡା ଏସଡିପିଓ ରୋହିତ୍ ବର୍ମା, ବିଏସଏଫ ଅଧିକ ଭରତ ପାଲ ସିଂ,ଗୌରବ କୁମାର, କୋଏରମାଣ୍ଡୁ ସରପଞ୍ଚ ଜିତେନ୍ଦ୍ର କହଁର, ମାଧବ କହଁର ପ୍ରମୂଖ ଉପସ୍ଥିତ ଥିଲେ । ନୂତନ ଭାବେ ଗଠିତ ହେଇଥିବା ଏହି କ୍ୟାମ୍ପକୁ କମାଣ୍ଡାଣ୍ଟ ସଞ୍ଜିବ କୁମାର ଜାତୀୟ ପତାକା ଉତ୍ତୋଳନ କରି ଉଦଘାଟନ କରିଥିଲେ । ପତାକା ଉତ୍ତୋଳନ ପରେ ଆଖପାଖର ଗ୍ରାମବାସୀଙ୍କୁ କମ୍ବଳ, ମଶାରୀ, ଖେଳ ସାମଗ୍ରୀ, ଢୋଲ, କ୍ଷୀର ଏବଂ ଫଳରସ ଇତ୍ୟାଦି ବଣ୍ଟା ଯାଇଥିଲା । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ଏହି ଅଞ୍ଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ଫଳରେଏହି ମାଓ ପ୍ରବଣ ଅଞ୍ଚଳରେ ଥିବା ଗ୍ରାମ ଗୁଡିକରେ ଶାନ୍ତି ମୈତ୍ରୀ ପ୍ରତିଷ୍ଠା ହୋଇପାରିବ ଏବଂ ସାଧାରଣ ଲୋକେ ନିର୍ଭୟ ଭାବେ ନିଜର ଜୀବନ ଅତିବାହିତ କରି ପାରିବେ ବୋଲି କମାଣ୍ଡାଣ୍ଟ ସଞ୍ଜିବ କୁମାର ମତବ୍ୟକ୍ତ କରିଛନ୍ତି । ଏଥିସହ ନୂତନ ଭାବେ ଅବସ୍ଥାପିତ ହେଇଥିବା ବିଏସଏଫ ଯବାନ ସେଠାରେ ଗ୍ରାମବାସୀ ମାନଙ୍କ ସହ ଶାନ୍ତି ମୈତ୍ରୀ ଏକତା ପାଇଁ ନିରନ୍ତର ଚେଷ୍ଟା ଜାରି ରଖିବେ ବୋଲି ସେ କହିଛନ୍ତି । ନୂତନ ଭାବରେ ନିର୍ମିତ ଏହି କ୍ୟାମ୍ପରେ ନେଟୱର୍କ, ରାସ୍ତା ଘାଟ ତଥା ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି କ୍ୟାମ୍ପରେ ଏକ କମ୍ପାନୀ ବିଏସଏଫ ଜବାନ ଓ ଏକ ୟୁନିଟ ଏସଓଜି ଜବାନ ରହିବେ ବୋଲି ସୂଚନା ଦିଆଯାଇଛି । ଦୁଇମାସ ମାସ ମଧ୍ୟରେ କନ୍ଧମାଳ ଜିଲାର ତୃତୀୟ ବିଏସ୍‌‌ଏଫ୍‌‌ କ୍ୟାମ୍ପ ପ୍ରତିଷ୍ଠା ହୋଇଥିବା ବେଳେ ପୂର୍ବରୁ ବେଲଘର ଥାନା ଭଣ୍ଡରଙ୍ଗୀ ଓ ଫିରିଙ୍ଗିଆ ଥାନା ମିଙ୍ଗୁନପଦର ଠାରେ ପ୍ରତିଷ୍ଠା ହୋଇ ସାରିଛି । ବିଶେଷ କରି ମାଓବାଦୀଙ୍କ ଚେକ୍‌‌ ଦେବା ଓ ସଂପୃକ୍ତ ଅଞ୍ଚଳ ମାନଙ୍କରେ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏହି ପଦକ୍ଷେପ ବୋଲି କୁହାଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଏସ୍‌‌ଏଫ୍‌‌ର ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସମେତ ରିଜର୍ଭ ଇନିସେପକ୍ଟର ଧର୍ମେନ୍ଦ୍ର ପ୍ରଧାନ , ସର୍ଜେଣ୍ଟ ସରୋଜ ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Exit mobile version