ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଆମେ ନୁହେଁ ଏକା ଅନୁଷ୍ଠାନ ଆନୁକୂଲ୍ୟରେ ତିନିଜଣ ଗରିବ ବ୍ରାହ୍ମଣ ବାଳକ ଙ୍କୁ ବ୍ରତୋପନୟନ କରାଯାଇଛି । ପୁରୀ, ରଣପୁର, ବ୍ରହ୍ମପୁର ର ଏହି ତିନି ବାଳକଙ୍କୁ ସମସ୍ତ ରୀତିନୀତି ଅନୁସାରେ ପୁରୁଣା ଭୁବନେଶ୍ୱର ମା ଦୁନ୍ଦିଆ ଠାକୁରାଣୀ ପୀଠ ରେ ବ୍ରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବୈକୁଣ୍ଠ ଭୋଇ, ମାନି ପଣ୍ଡା, ଟୁଲିଆ ଭାଇନା, ରୁଦ୍ର ସାମନ୍ତରାୟ, ଶୈଳଭାମା ଦାସ, ଚୁଲିଆ ସାହୁ, ପ୍ରଫୁଲ୍ଲ ସାହୁ ଓ ସାମାଜିକ କର୍ମୀ ମାନେ ସହଯୋଗ କରିଥିଲେ । ଏହି ମହାନ କାର୍ଯ୍ୟକୁ ପରିଚାଳନା କରିଥିଲେ ଯୁବ ସମାଜସେବୀ ସଞ୍ଜୟ ପରିଡା ।
ସାମୁହିକ ବ୍ରତୋପନୟନ !!!

