Site icon Awaj Media

ଖାଉଟି ଅଧିକାର ସୁରକ୍ଷା କମିଟି ପକ୍ଷରୁ ପାରଳା ସହରରେ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଖାଉଟି ଅଧିକାର ସୁରକ୍ଷା କମିଟି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ! ଜିଲ୍ଲା କାର୍ଯ୍ୟକାରୀ ସଭାପତି ତନୁଜା ଶତପଥୀଙ୍କ ସହଯୋଗରେ ନୂଆ ବସଷ୍ଟାଣ୍ଡ ଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜନସାଧାରଣ ଙ୍କୁ ସଚେତନତା କରିବା ସହ ପ୍ରଚାର ପତ୍ର ବଣ୍ଟନ କରିଥିଲେ । ଖାଉଟି ଅଧିକାର ସୁରକ୍ଷା କମିଟି ପକ୍ଷରୁ ତିନି ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲା ପ୍ରଶାସନ କୁ ପ୍ରଦାନ କରାଯିବ ବୋଲି ଜିଲ୍ଲା କାର୍ଯ୍ୟକାରଣୀ ସଭାପତି ତନୁଜା ଶତପଥୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ୧. ଖାଉଟି ମାନଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇବା । ୨. ଖାଉଟି ମାନଙ୍କୁ ଦିଆଯାଉଥିବା ଇନ୍ଧନ ଗ୍ୟାସ ସମ୍ପର୍କରେ ସଚେତନତା ଓ ସିଲେଣ୍ଡର ପିଛା ୨୦ଟଙ୍କାକୁ ରୋକିବା ୩ . ବିଦୁତ୍ ସ୍ମାର୍ଟ ମିଟର ଓ ବିଲ ପ୍ରତି ଉଚିତ୍ ସେବା । ଏ ସମ୍ପର୍କରେ ପ୍ରଶାସନକୁ ଦାବିପତ୍ର ଦିଆଯିବ । ଏହି କାର୍ଯ୍ୟକ୍ରମରେ ପୌର ପରିଷଦ ସଭାପତି ଭାଗବତ ପାଢ଼ୀ, ହରିମୋହନ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ରୋକମ୍ ଲୋକନାଥ, କେ.ବାଳକୃଷ୍ଣ ପି. ତ୍ରିନାଥ, ଜିଲ୍ଲା ଯୁଗ୍ମ ସମ୍ପାଦକ ଲିଙ୍ଗରାଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିବା ସହ ଲିଫଲେଟ ବଣ୍ଟନ କରିଥିଲେ ।

Exit mobile version