Site icon Awaj Media

ପରଲୋକରେ ଅଭିନେତା ପିଣ୍ଟୁ ନନ୍ଦ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଲୋକପ୍ରିୟ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି। ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଗତ ରାତି ୧୧ ଟା ୨୫ରେ ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ହୋଇଥିବା ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀତମ ଦାସ ସୂଚନା ଦେଇଛନ୍ତି । ପିଣ୍ଟୁ ନନ୍ଦ ଦୀର୍ଘ ଦିନ ଧରି ଯକୃତ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ଭୁବନେଶ୍ୱରରେ ଚିକିତ୍ସା ପରେ ଯକୃତ ପ୍ରତିରୋପଣ ପାଇଁ ତାଙ୍କୁ ନୂଆ ଦିଲ୍ଲୀ ସ୍ଥାନାନ୍ତର କରଯାଇଥିଲା । କିନ୍ତୁ ସେଠାରେ ଡୋନର ନ ମିଳିବାରୁ ପିଣ୍ଟୁଙ୍କୁ ହାଇଦ୍ରାବାଦ ଯଶୋଦା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ମଧ୍ୟ ଡୋନର ନ ମିଳିବାରୁ ତାଙ୍କର ଯକୃତ ପ୍ରତିରୋପଣ ହୋଇ ପାରି ନଥିଲା ।

Exit mobile version