Site icon Awaj Media

ଲୋୟର ପିଏମଜି ଘଟଣା ନେଇ ପାରଳାଖେମୁଣ୍ଡି ରେ ତାତି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ ଗତ 28 ତାରିଖରେ ବିଧାନସଭା ଘେରାଉ ସମୟରେ , ପୋଲିସ ବଳ ଲଗାଇ ଯୋଉ ପ୍ରକାର ଲାଠି ପ୍ରହାର ସହ କାର୍ଯ୍ୟକର୍ତ୍ତା ମାନଙ୍କୁ ସଙ୍ଗୀନ ଦଫା ଲଗା ଯାଇଛି ତାରି ପ୍ରତିବାଦରେ ଆଜି ପାରଳାଖେମୁଣ୍ଡି ହାଇସ୍କୁଲ ଛକ ଠାରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ବିକ୍ଷୋଭ କରିଥିଲେ ! ଯୁବମୋର୍ଚା ସଭାପତି ବାଲକୃଷ୍ଣ ପାତ୍ର ଙ୍କ ନେତୃତ୍ୱରେ ନବୀନ ପଟନାୟକ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ . ଏଥିରେ ଜ଼ିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ପ୍ରସାଦ ମହାପାତ୍ର, ଜ଼ିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପାଳ, ଜ଼ିଲ୍ଲା ଉପସଭାପତି ବିଭୁତି ଭୂଷଣ ବେହେରା, ମହିଳା ମୋର୍ଚ୍ଚା ସଭାପତି ଅରୁଣିମା ସାହୁ, ସମିତି ସଭ୍ୟ ଜି ଶ୍ରୀଧର ନାଇଡ଼ୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସିଧେଶ୍ୱର ମିଶ୍ର ପ୍ରମୁଖ ଭାଗ ନେଇଥିଲେ !

Exit mobile version