ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା କୃଷକ ସଂଘ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କ ନେତୃତ୍ବରେ ଚାଷୀ ହାତରେ ଟୋକନ୍ ଧରି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ନିଜ ଉତ୍ପାଦିତ ଧାନ କିପରି ବିକ୍ରି କରିବେ ସେ ନେଇ ଚିନ୍ତାରେ ଚାଷୀ ! ଚାଷୀଙ୍କ ହାତରେ ଟୋକେନ୍ ଅଛି କିନ୍ତୁ ସୋସାଇଟି କିମ୍ବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ କରୁ ନାହାଁନ୍ତି । ପ୍ରକାଶ ଥାଉକି ଚଳିତ ବର୍ଷ ଗଜପତି ଜିଲ୍ଲାରେ 6 ଲକ୍ଷ 30 ହଜାର ମେଟ୍ରିକ ଟନ ଧାନ କ୍ରୟ କରିବା ସକାଶେ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 5 ଲକ୍ଷ 50 ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି । ଇତି ମଧ୍ୟରେ 1200 ରୁ ଅଧିକ ଚାଷି ଟୋକେନ୍ ପାଇଛନ୍ତି । ଆହୁରି 80 ହଜାର ମେଟ୍ରିକ ଟନ ଧାନ କିଣିବାର ଆବଶ୍ୟକତା ରହିଛି ବୋଲି କୃଷକ ସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଚାଷି ନିଜର ସମସ୍ୟା ସମ୍ପର୍କରେ ଅବଗତ କରାଇବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଟିତୁଣ୍ଡ କରିଥିଲେ ଓ ଅସନ୍ତୋଷ ପ୍ରକାଶ କରିଥିଲେ । ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ଯୋଗାଣ ଅଧିକାରୀ ଓ ଚାଷୀଙ୍କ ଏକ ପ୍ରତିନିଧିଙ୍କ ଦଳ ସହ ଆଲୋଚନା ପରେ ଚାଷି ଶାନ୍ତ ହୋଇଥିଲେ ।
ଚାଷୀଙ୍କ ଧାନ ସଂଗ୍ରହ ହେଉ ନଥିବାରୁ ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହେଲେ ଚାଷୀ !!!

