Site icon Awaj Media

ଚିନ୍ମୟ ଫାଉଣ୍ଡେସନର ୪୩ ତମ ସମୀକ୍ଷା ବୈଠକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନର ନିରବଚ୍ଛିନ୍ନ କରୋନା ସଚେତନତା, କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମର ୧୦୭୫ ଦିନର ୪୩ ତମ ସମୀକ୍ଷା ବୈଠକର ପ୍ରଥମ ପର୍ଯ୍ୟାୟ ସ୍ଥାନୀୟ ମଙ୍ଗଳପୁର ସ୍ଥିତ ଡଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମୀକ୍ଷା ବୈଠକକୁ କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର୍ ସଂଚାଳନ କରିଥିବା ବେଳେ ସମୀକ୍ଷକ ଭାବରେ କଳାକାର ଶଶିକାନ୍ତ ପଣ୍ଡା, ସାମ୍ବାଦିକ ଧୀରେନ୍ଦ୍ର ମଲ୍ଲିକ, ନୃତ୍ୟ ଶିଳ୍ପୀ ସତ୍ୟ ରଞ୍ଜନ ବାରିକ୍, ମଞ୍ଚ କଳାକାର ସୁଶ୍ରୀ ସାଗରିକା ପରିଡ଼ା ଆଦି ଯୋଗଦାନ କରିଥିଲେ । ବିଗତ ଫ୍ରେବୃୟାରୀ ମାସ ଓଡ଼ିଶା ରାଜ୍ୟରେ କରୋନାର ସ୍ଥିତି ଏକ ଅଙ୍କ ଓ ଦୁଇ ଅଙ୍କ ବିଶିଷ୍ଟ ଥିବାବେଳେ ଭାରତରେ ଏହା ତିନି ଅଙ୍କ ଓ ଚାରିଅଙ୍କ ମଧ୍ୟରେ ରହିଥିବାର ଦେଖାଯାଇଛି। ପୂର୍ବ ଅପେକ୍ଷା ମୃତ୍ୟୁ ସଂଖ୍ୟା କମ ରହିଥିବା ବେଳେ, ସଂକ୍ରମଣ ସଂଖ୍ୟା ବନ୍ଦ ହୋଇ ନ ଥିବାର ଦେଖିବାକୁ ମିଳିଛି। ଏଣୁ ସଚେତନତାର ଆବଶ୍ୟକତା ସହ ଗରିବ ଏବଂ ଅସହାୟ ମାନଙ୍କୁ ବିନା ମୂଲ୍ୟରେ କୋଭିଡ୍ କିଟ୍ ଯୋଗାଣ କାର୍ଯ୍ୟକ୍ରମକୁ ନିରବଛିନ୍ନ ଭାବରେ ଅନ୍ତତ ପକ୍ଷେ ଆଉ ୬ ମାସ ପର୍ଯ୍ୟନ୍ତ ଚାଲୁ ରଖାଯିବ ବୋଲି ପ୍ରତିଷ୍ଠାତା ଶ୍ରୀଯୁକ୍ତ ଦାଶ ମତବ୍ୟକ୍ତ କରିଛନ୍ତି ।

Exit mobile version