Site icon Awaj Media

ମରଣଯନ୍ତା ପାଲଟିଛି ମୁଖ୍ୟ ରାସ୍ତା !!!

Spread the love

ଉମରକୋଟ ( ଆୱାଜ ମିଡ଼ିଆ ) – ବିଜୟଲତା ପାଣିଗ୍ରାହୀ : ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ରାସ୍ତା ମରଣଯନ୍ତା ପାଲଟିଛି ! ଉକ୍ତ ରାସ୍ତା ଟିକୁ ଠିକାଦାର ସମ୍ପୂର୍ଣ ନ କରି ଅଧା ରେ ଛାଡି ଦେଇଛନ୍ତି ! କହିବାକୁ ଗଲେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଜିଲ୍ଲା ର ପାଞ୍ଚଟି ବ୍ଲକ ର ହଜାର ହଜାର ରୋଗୀ ନିର୍ଭର କରୁଥିବା ବେଳେ ଏହାର ମୁଖ୍ୟ ରାସ୍ତା ରେ ବଡ଼ ବଡ଼ ଖାଲ, ରାସ୍ତା ଉପରେ ବାଲି, ଚିପ୍ସ, ମେଣ୍ଟାଲ ରଖିବା ଦ୍ୱାରା ରୋଗୀଙ୍କୁ ଅଟୋ, ବାଇକ, ବୋଲେରୋ ଅଥବା ଆମ୍ବୁଲାନ୍ସ ରେ ଆଣିଲା ବେଳକୁ ନାହିଁ ନ ଥିବା ଅସୁବିଧା ହେଉଛି ! ତା ସହିତ ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଦ୍ୱାରରେ କୌଣସି ଫଳକ ଲେଖା ଯାଇନାହିଁ, ଲୋକେ କିପରି ଜାଣିବେ ଯେ ଏହା ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ? ସେପଟେ ରାଜନେତା ମାନେ ରକ୍ତ ଭଣ୍ଡାର, ସ୍ୱାସ୍ଥ୍ୟ କେନ୍ଦ୍ର ରେ ରାସ୍ତା ନିର୍ମାଣ କରିଦେବୁ ବୋଲି ବାରମ୍ୱାର ପ୍ରତିଶୃତି ଦେଇ ଚାଲିଛନ୍ତି , କିନ୍ତୁ କାର୍ଯ୍ୟରେ ପରିଣତ କରୁନାହାନ୍ତି ! ଏ ବିଷୟରେ ବିଧାନସଭା ରେ ସରକାରଙ୍କ ପାଖରେ ପ୍ରସ୍ତାବ ଦିଆଯାଇଛି ଏବଂ ମୁଁ ସବୁବେଳେ ରକ୍ତ ଭଣ୍ଡାର, ସ୍ୱାସ୍ଥ୍ୟ କେନ୍ଦ୍ର ର ଉନ୍ନତି ନିମନ୍ତେ ପ୍ରୟାସ କରୁଛି ବୋଲି ଉମରକୋଟ ବିଧାୟକ ନିତ୍ୟନନ୍ଦ ଗଣ୍ଡ କହିଛନ୍ତି ! ସେପଟେ ଉକ୍ତ ରାସ୍ତାଟି ପିଡବ୍ଲୁଡି ତିଆରି କରିବ ବୋଲି ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଅଧିକାରୀ ଡକ୍ଟର ସେଠି ଫୋନ ମାଧ୍ୟମରେ କହିଥିଲେ ! ସେ ବିଷୟରେ ପି ଡବ୍ଲୁ ଡି ଏସଡ଼ିଓ ଗୌରାଙ୍ଗ ପ୍ରସାଦ ମାଝିଙ୍କୁ ଫୋନ କରିବାରୁ ସେ ଆସନ୍ତା କାଲିଠାରୁ ରାସ୍ତା କାମ ଆରମ୍ଭ କରାଯିବ ବୋଲି କହିଛନ୍ତି !ବର୍ତ୍ତମାନ ଦେଖିବାକୁ ବାକି ରହିଲା ଉକ୍ତ ରାସ୍ତା ଟି କେବେ ତିଆରି ହେବ ?

Exit mobile version