ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିକଟସ୍ଥ ଢଂସର ଠାରେ ମା ତାରିଣୀ ଙ୍କ ନୂତନ ଭବ୍ୟ ମନ୍ଦିର ସାଙ୍ଗକୁ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ କୁ ନେଇ ଭକ୍ତିପୂର୍ଣ୍ଣ ପରିବେଶ ! ଚଳଚଞ୍ଚଳ ହୋଇ ଉଠିଛି ମା ଙ୍କ ର ଏହି ପୀଠ ! ଶ୍ରଦ୍ଧାଳୁ ଓ ମାନସିକ ଧାରୀ ଙ୍କୁ ନେଇ ଏକ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ! ପ୍ରାୟ କୋଡିଏ ଗୋଟି ମୌଜାର ଶତାଧିକ ଭକ୍ତ ଶ୍ରଦ୍ଧାଳୁ ଓ ମାନସିକଧାରୀ ସାମିଲ ହେଲେ ! ମନ୍ଦିର ପ୍ରତିଷ୍ଠା ଉତ୍ସବ ୩ ଦିନ ଧରି ଚାଲୁ ରହିଥିବା ବେଳେ ଆଜି ତାର ପୂର୍ଣ୍ଣାହୁତି ଉତ୍ସବ ପାଳିତ ! ହଜାର ହଜାର ସଂଖ୍ୟାରେ ଭକ୍ତ ସମାଗମ କୁ ଆଖି ଆଗରେ ରଖି ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିଲା ! ଏହା ସହିତ ପ୍ରତ୍ୟକ ଦିନ ସାନ୍ଧ୍ୟରେ ଭଂଜନ ସମାରୋହ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଥିଲା !
ମା ତାରିଣୀଙ୍କ ଭବ୍ୟ ମନ୍ଦିର , ନୂତନ ବିଗ୍ରହ ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି ଉତ୍ସବ !!!

