Site icon Awaj Media

ଶ୍ରୀ ଶ୍ରୀ ରଘୁନାଥ ଜୀଉ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଏବଂ ନବମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କେଣ୍ଟାଳ – ମଲ୍ଲୀପୁର ଅସୁରେଶ୍ଵର ର ପ୍ରସିଦ୍ଧ ଶ୍ରୀଶ୍ରୀ ରଘୁନାଥ ଜୀଉ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଏବଂ ନବମ ବାର୍ଷିକ ଉତ୍ସବ ଉପଲକ୍ଷେ ବିଶ୍ଵଶାନ୍ତି ମହାଯଜ୍ଞ ତିନି ଦିନ ବ୍ୟାପୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗତ ଫାଲଗୁନ ଶୁକ୍ଲପକ୍ଷ ସପ୍ତମୀ ତିଥି ଦିନ ପୁଣ୍ୟ ଲୁଣାନଦୀ ର ଖଲାରେଶ୍ଵର ଶୈବ ପୀଠ ରୁ ଘଣ୍ଟ ଘଣ୍ଟା ,ଶଙ୍ଖ ହରିବୋଲ ହୁଳହୁଳି ରେ ମହା ପଟୁଆରରେ ପାଞ୍ଚଶହ ରୁ ଅଧିକ ମହିଳା ଓ ପୁରୁଷ ଜଳଯାତ୍ରା ରେ ଯୋଗଦେଇ କଳସ ରେ ଜଳଆଣି ଯଜ୍ଞମଣ୍ଡପ ରେ ସ୍ଥାପନ କରିଥିଲେ । ପଣ୍ଡିତ ମାନଙ୍କ ଦ୍ଵାରା ସୂର୍ଯ୍ୟପୂଜା, ଗୋପୂଜା, ଶିଳା ପ୍ରଦକ୍ଷଣ, ଅଗ୍ନି ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଥିଲା । କର୍ତ୍ତା ରୂପେ ପ୍ରମୋଦ କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ କଳ୍ପନା ସାହୁ ମହାଯଜ୍ଞ ରେ ବସିଥିଲେ ।

ଶୁକ୍ଳପକ୍ଷ ନବମୀ ତିଥି ସଂନ୍ଧ୍ୟାରେ ହରିବୋଲ ହୁଳହୁଳି ରେ ବିଶ୍ଵଶାନ୍ତି ମହାଯଜ୍ଞ ପୂର୍ଣାହୁତି ସମ୍ପନ୍ନ ହୋଇଥିଲା । ଏହି ବିଶ୍ଵଶାନ୍ତି ମହାଯଜ୍ଞ ଦେଖିବା ସହିତ ପ୍ରଭୁ କୃପା ଲାଭ କରିବା ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାବେଶ ହୋଇଥିଲା । ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା ମନ୍ଦିର କମିଟି ପକ୍ଷରୁ କରାଯାଇଥିଲା । ରଘୁନାଥଜୀଉ ମନ୍ଦିର ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ପ୍ରକାଶ ସାହୁ ,ସଭ୍ୟ ରଘୁନାଥ ନାୟକ, ଅନନ୍ତ କୁମାର ଦାସ, ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Exit mobile version