Site icon Awaj Media

ବାଲୁଗାଁ ଉମାମହେଶ୍ୱର କେବୁଲ ଅପରେଟର ଆସୋସିଏସନ ଗଠିତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦୀର୍ଘ ବର୍ଷ ଧରି ଖୋର୍ଦ୍ଧା ଜିଲ୍ଲାର ବାଣପୁର – ବାଲୁଗାଁ – ନାଚୁଣୀ ଅଞ୍ଚଳରେ କେବୁଲ ବ୍ୟବସାୟ କରି ଆସୁଥିବା ବ୍ୟବସାୟୀ ମାନଙ୍କୁ ନେଇ ଉମାମହେଶ୍ୱର କେବୁଲ ଆସୋସିଏସନ ଗଠିତ ହୋଇ ଯାଇଛି l ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ପୀଠରେ ଅନୁଷ୍ଠିତ ଏହି ବୈଠକ ରେ ୩୨ ଜଣ ସଦସ୍ୟ ଯୋଗ ଦେଇଥିଲେ l ଉକ୍ତ ବୈଠକରେ ସର୍ବ ସମ୍ମତି କ୍ରମେ ପ୍ରକାଶ କୁମାର ପ୍ରଧାନଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ, ଉପ ସଭାପତି ଭାବରେ ମନୀନ୍ଦ୍ର ଦାଶ , ସମ୍ପାଦକ ରୂପେ ମାଧବ ଦୋରା, ସହ ସମ୍ପାଦକ ରୂପେ ଦାମୋଦର ପ୍ରଧାନ, କୋଷାଧକ୍ଷ ଭାବରେ ସୂର୍ଯ୍ୟ ନାରାୟଣ ମହାପାତ୍ର ମନୋନୀତ ହୋଇଛନ୍ତି l ବୈଠକରେ ଯୋଗ ଦେଇଥିବା ସଦସ୍ୟ ମାନେ ସଙ୍ଘ କୁ ସୃଦୁଢ କରିବା ସହ ଉପଭୋକ୍ତା ଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ଭାଇ ଚାରା ସମ୍ପର୍କ ରେ ଯୋଡି ହୋଇ କାର୍ଯ୍ୟ କରିବା ପାଇଁ ନିଜ ନିଜ ମତବ୍ୟକ୍ତ କରିଥିଲେ l

Exit mobile version