Site icon Awaj Media

ବାଙ୍କୀ ଥାନା ରେ ବିଜେପି ଯୁବମୋର୍ଚ୍ଚା ର ଦାବିପତ୍ର ପ୍ରଦାନ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ରାଜ୍ଯ ସରକାରଙ୍କ ଅପାରଗତା ବିରୋଧରେ ସ୍ଵର ଉତ୍ତୋଳନ କରିବା ଯୋଗୁଁ ସରକାରୀ ଦଳ ପ୍ରରୋଚନାରେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ମିଛ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ବିରୋଧରେ ବାଙ୍କୀ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବାଙ୍କୀ ଥାନାରେ ରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ! ଆଗାମୀ ଦିନରେ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବ ବୋଲି ଚେତାବନୀ ଦେଇଛି ବିଜେପି ଯୁବମୋର୍ଚ୍ଚା ! କଟକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦେବଦତ୍ତ କର ଙ୍କ ନେତୃତ୍ୱ ରେ କଟକ ଜିଲ୍ଲା ସମ୍ପାଦକ ଜଗନ୍ନାଥ ନାୟକ ଉପସ୍ଥିତି ରେ ଗୋପାଳପୁର ମଣ୍ଡଳ ସମ୍ପାଦକ କାଳନ୍ଦୀ ବେହେରା , ଗୋପାଳପୁର ମଣ୍ଡଳ ମୋର୍ଚ୍ଚା ସଭାପତି ସୁନୀଲ ସାହୁ , କଳାପଥର ମଣ୍ଡଳ ମିଡ଼ିଆ ସଂଯୋଜକ ବିଶ୍ୱଜିତ ବିଶ୍ୱାଳ ଏବଂ ଅନ୍ୟ କାଯ୍ୟକର୍ତ୍ତା ଙ୍କ ଦ୍ୱାରା ଦାବିପତ୍ର ପ୍ରଦାନ କରାଯାଇଛି !

Exit mobile version