Site icon Awaj Media

ବିଜୁ ଜୟନ୍ତୀ ଅବସରରେ ସାଇକେଲ ଶୋଭାଯାତ୍ରା !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସମଗ୍ର ରାଜ୍ୟରେ ବିଜେଡ଼ି ପାଳୁଛି ୧୦୭ ତମ ବିଜୁ ଜୟନ୍ତୀ । ଏହି ଅବସରରେ ରାଜ୍ୟବ୍ୟାପୀ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ବିଜୁ ଯୁବ ଛାତ୍ର ଜନତା ଦଳର ଶତାଧିକ ଯୁବକ ସ୍ଥାନୀୟ ବିଜେଡ଼ି କାର୍ଯ୍ୟାଳୟ ସମ୍ମୁଖରୁ ସାଇକେଲ ଶୋଭାଯାତ୍ରାରେ ବାହାରି ସ୍ଲୋଗାନ ମାନ ଦେଇ ସମଗ୍ର ସହର ପରିକ୍ରମା କରିଥିଲେ । ଏଥିରେ ବିଧାୟକ ଚକ୍ରମଣି କହଁର, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଯୁଗ୍ମ ସମ୍ପାଦକ ଚିଣ୍ଟୁ ନାୟକ, ନଗର ସଭାପତି ଅବନୀକାନ୍ତ ନାୟକଙ୍କ ସମେତ ଶତାଧିକ ଯୁବକ ସାମିଲ୍ ହୋଇଥିଲେ । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସ୍ବାର୍ଥ ଓ ସ୍ବାଭିମାନ ପାଇଁ ଲଢ଼ିବା , ଏକ ସମୃଦ୍ଧ, ସଶକ୍ତ, ସ୍ଵାଭିମାନୀ “ନବୀନ ଓଡ଼ିଶା” ଗଢ଼ିବା ପାଇଁ ଆମେ ସଙ୍କଳ୍ପ ବଦ୍ଧ ବୋଲି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର କହିଛନ୍ତି l

Exit mobile version