ଦୁର୍ଘଟଣା ସତ : ହେଲେ ଘଟଣା ପ୍ରାୟୋଜିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଳାପଥର ପଞ୍ଚାୟତ ପର୍ଶୁରାମପୁର ଗ୍ରାମର ଅଭୟ କୁମାର ସ୍ୱାଇଁ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିବା ଘଟଣାକୁ ନେଇ ବଢ଼ିବାରେ ଲାଗିଛି ସସ୍ପେନ୍ସ ! ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକ ଙ୍କ ମୃତ୍ୟୁ ! ଏପରି ଶୀରୋନାମାରେ ଖବର ପ୍ରସାରଣ ପରେ ସାମନାକୁ ଆସିଥିଲା ପ୍ରତିକ୍ରିୟା ! ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ପଂଚାୟତ ପର୍ଶୁରାମପୁର ଗ୍ରାମର ଅଭୟ ସ୍ୱାଇଁ ନିଜ ମୋଟର ସାଇକେଲରେ ବ୍ରହ୍ମପୁରା ଦେଇ ବାଙ୍କୀ ଆସୁଥିବା ବେଳେ ଧୋୟା ନାଳ ପୋଲ ଉପରେ ଘଟିଥିଲା ଦୁର୍ଘଟଣା ! ଏକ ଦ୍ରୁତଗାମୀ ୪ ଚକିଆ ଯାନ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ! ଦୁର୍ଘଟଣା ଘଟାଇ ଗାଡିଟି ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିବା ବେଳେ ପୋଲିସ୍ ଏହାର ଅନୁସନ୍ଧାନ ଜାରି ରଖିଥିଲା ! ତେବେ ଘଟଣାକୁ ନେଇ ଲୋକଙ୍କର ସନ୍ଦେହ ବଢୁଥିବା ସମୟରେ ଜଣାଗଲା ଯେ , ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନ୍ ଟି ମୃତ ଅଭୟଙ୍କ ଗ୍ରାମର ! ତେବେ ଶେଷ ସୂଚନା ମୁତାବକ ଗାଡିଟି ନିଜେ ଗାଡିର ମାଲିକ ଚଲାଇ ଦୁର୍ଘଟଣା ଘଟାଇଥିବା ସମୟରେ ବାଙ୍କୀ ଥାନାରେ ଆତ୍ମ ସମର୍ପଣ କରିଛନ୍ତି !

Leave a Reply

Your email address will not be published. Required fields are marked *