ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଭୁଷଣ୍ଡପୁର ଗ୍ରାମରେ ହୋଇଛି ବାଣ ବିସ୍ଫୋରଣ । ଏହି ବିସ୍ପୋରଣ ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ଆହତ ହୋଇ କଟକ – ଭୁବନେଶ୍ୱର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଏହି ଆହତ ମାନଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଉଦବେଗଜନକ ଥିବା ଜଣାପଡିଛି । ଖୋର୍ଦ୍ଧା ଜିଲ୍ଲାର ଭୁଷଣ୍ଡପୁର ଅଞ୍ଚଳରେ ଦୋଳ ପୂର୍ଣ୍ଣିମା ଦିନ ବିଳମ୍ବିତ ରାତିରେ ହୋଇଥାଏ ଆତସବାଜୀ ପ୍ରତିଯୋଗିତା । ଭୁଷଣ୍ଡପୁର ଗ୍ରାମ ଓ ବାଲିପାଟପୁର ଗ୍ରାମ ମଧ୍ୟରେ ଏହି ଆତସବାଜୀ ପ୍ରତିଯୋଗିତା ରାତି ତମାମ ହୋଇଥାଏ । ଏହା ଗାଁ ର ପରମ୍ପରା ବୋଲି ଲୋକମତ ଅଛି । ଏହି ପ୍ରତିଯୋଗିତାକୁ ନେଇ ଦୁଇ ଗାଁର ଲୋକମାନେ ନିଜ ନିଜର ମଧ୍ୟରେ ବିଭିନ୍ନ କିସମର ଆତସବାଜୀ ପ୍ରସ୍ତୁତ କରି ତାହାକୁ ଗାଁର ଦୋଳପଡିଆରେ ଫୁଟାଇ ଗାଁ ଲୋକମାନେ ମଜ୍ଜା ନେଇଥାନ୍ତି । ସେହି ଆଧାରରେ ବାଣ ପ୍ରସ୍ତୁତ ହେଉଥିଲା ଏବଂ ଦିନକ ପରେ ତାହା ଫୁଟିଥାନ୍ତା । ଗତକାଲି ଭୁଷଣ୍ଡପୁର ସ୍ଥିତ ଚିଲିକା କୂଳରେ ଥିବା ଏକ ନିଛାଟିଆ ଘରେ ୮ ଜଣ ଲୋକ ବାଣ ପ୍ରସ୍ତୁତ କରୁଥିଲେ ହେଲେ ହଠାତ୍ ତାହା ବିସ୍ଫୋରଣ ଘଟିଥିଲା । ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ବାଣ ପ୍ରସ୍ତୁତ ଓ ବାଣ ଫୁଟାଇବା ପାଇଁ ପୋଲିସ ପାଖରେ କୈଣସି ଖବର ନଥିଲା । ଏହା ସମ୍ପୂର୍ଣ୍ଣ ବେଆଇନ ଭାବେ କରାଯାଉଥିଲା । ଘଟଣା ସ୍ଥଳରେ ପୋଲିସ ଏସପି , ଖୋର୍ଦ୍ଧା ଜିଲ୍ଲାପାଳ , ମେଡିକାଲ ବିଭାଗର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରି ଫେରିଛନ୍ତି । ମୃତକ ମାନଙ୍କ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇ ଦେଇଥିବା ଜଣାପଡିଛି ।
ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ : ୫ ମୃତ , ୩ ଗୁରୁତର !!!

