Site icon Awaj Media

ବାଣପୁର ପଞ୍ଚୁଦୋଳ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚଳିତ ବର୍ଷ ଧୁମ୍ ଧାମରେ ଅନୁଷ୍ଠିତ ହେବାକୁ ଯାଉଛି ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରା । ଗତ ଦୁଇ ରୁ ତିନି ବର୍ଷର କୋଭିଡ କଟକଣା ପରେ ପ୍ରଶାସନ ପକ୍ଷରୁ ଚଳିତ ବର୍ଷ କୌଣସି କଟକଣା ନଥିବାରୁ ମହା ଆଡମ୍ବରରେ ଆସନ୍ତା ୧୨ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରା । ଏନେଇ ପଞ୍ଚୁଦୋଳ ଯାତ୍ରା କମିଟି ପକ୍ଷରୁ ବିଭିନ୍ନ ପ୍ରସ୍ତୁତି ଜାରି ରହିଥିବା ବେଳେ , ଆଜି ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଭାଗବତୀ ଓ ଚରଣ ଚକାଦେବ ଙ୍କ ନିକଟରୁ ଆଜ୍ଞା ମାଳ ଆସି ପଲଟଣ ପଡ଼ିଆ ମଧ୍ୟରେ ଥିବା ଯଜ୍ଞ ମଣ୍ଡପ ପରିସରରେ ଆସନ୍ତା ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି ।

Exit mobile version