Site icon Awaj Media

ଶ୍ରୀ ରାଧା ଗୋବିନ୍ଦ ରଘୁନାଥ ଦେବ ଆଶ୍ରମରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଜନ୍ମ ଉତ୍ସବ ପାଳନ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ଖୋର୍ଦ୍ଧା ଜିଲ୍ଲା ଉପକଣ୍ଠ ଶରଧାପୁର ଗ୍ରାମର ଶ୍ରୀ ରାଧା ଗୋବିନ୍ଦ ରଘୁନାଥ ଦେବ ଆଶ୍ରମରେ ଶ୍ରୀ ଚୈତନ୍ୟ ଦେବଙ୍କ ଜନ୍ମ ଉତ୍ସବ ସହିତ ରଙ୍ଗର ପର୍ବ ହୋଲିକୁ ବେଶ ଧୂମଧାମରେ ପାଳନ କରାଯାଇଛି l ଆଶ୍ରମର ପରିଚାଳକ ଶ୍ରୀ ସାଗର ମହାରାଜଙ୍କ ତତ୍ୱାବଧାନରେ ପ୍ରଥମେ ଗୁରୁ ପୂଜନ ଏହାପରେ ହରିକଥା ପ୍ରବଚନ ଏବଂ ଭଗବାନଙ୍କ ଭଜନ କୀର୍ତ୍ତନ ବେଶ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥିଲା l ଆଜିର ସମାଜ ଯେଭଳି ଭାବରେ ଦିନକୁ ଦିନ ଅଧପତନ ହେବାକୁ ଯାଉଛି ତାହାର ଉତଥାନ ପାଇଁ ସମାଜରେ ଭାଗବତ ଚିନ୍ତନ, ଭଜନ କୀର୍ତ୍ତନ, ସତସଙ୍ଗ ନିତ୍ୟାନ୍ତ ଆବଶ୍ୟକ ବୋଲି ଶ୍ରୀ ସାଗର ମହାରାଜ ସମସ୍ତଙ୍କୁ ବୁଝାଇବା ସହିତ ନିଜକୁ ଭଗବାନଙ୍କ ନିକଟରେ ସମର୍ପଣ କଲେହିଁ ମନୁଷ୍ୟକୁ ପରମ ଶାନ୍ତି ମିଳିବ ବୋଲି ବୁଝାଇଥିଲେ l ତତ ସଙ୍ଗେସଙ୍ଗେ ସମସ୍ତ ଭକ୍ତ ପରସ୍ପରକୁ ରଙ୍ଗ ବେରଙ୍ଗର ଅବିର ଲଗାଇ ହୋଲି ପର୍ବକୁ ବେଶ ଧୂମଧାମରେ ପାଳନ କରିଥିଲେ l ପରିଶେଷରେ ସମସ୍ତ ଭକ୍ତ ଆଶ୍ରମରେ ହୋଇଥିବା ପ୍ରସାଦ ସେବନ କରିଥିଲେ l

Exit mobile version