Site icon Awaj Media

ମିଶନ ଆଶ୍ରା ଗୃହ ପରିସରରୁ ମାନସିକ ବିକାର ମହିଳା ନିଖୋଜ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ମିଶନ ଆଶ୍ରା ଗୃହ ପରିସର ରୁ ଜଣେ ମାନସିକ ବିକାର ମହିଳା ନିଖୋଜ ହୋଇଯାଇଥିବା ନେଇ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ମୁତାବକ ଅସହାୟ ମହିଳା ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଠିକା ସଂସ୍ଥା ମିଶନ ଆଶ୍ରା ସୁକିନ୍ଦା ରେ ଥିବାବେଳେ , କିଛିଦିନ ପୂର୍ବେ ମିଶନ ଆଶ୍ରା କର୍ମଚାରୀ ମାନଙ୍କ ଦ୍ଵାରା ମଙ୍ଗଳପୁର ଅଞ୍ଚଳରୁ ଜଣେ ମାନସିକ ବିକାର ମହିଳାଙ୍କୁ ଉଦ୍ଧାର କରାଯାଇ ଗୃହରେ ରଖାଯାଇଥିଲା ! ସେଠାରେ ତାଙ୍କର ଚିକିତ୍ସା ମଧ୍ୟ ଜାରି ରହିଥିଲା ! କିନ୍ତୁ ଦୁଃଖର ବିଷୟକି ମିଶନ ଆଶ୍ରା ଗୃହ କର୍ମଚାରୀଙ୍କ ଦାୟିତ୍ଵ ହୀନତା ଓ ମିଶନ ଆଶ୍ରା ଗୃହ ଚାରି ପାର୍ଶ୍ଵରେ ଥିବା ଅଳ୍ପ ଉଚ୍ଚ ବିଶିଷ୍ଟ ପାଚେରୀ ଉପରେ ସୁରକ୍ଷା ବାଡ ନଥିବାରୁ ଉଦ୍ଧାର ମାନସିକ ବିକର ମହିଳା କେଁଉ ଆଡେ ନିଖୋଜ ହୋଇଯାଇଥିବା ଦେଖିବାକୁ ମିଳିଛି । ଏନେଇ ମିଶନ ଆଶ୍ରାର ମୁଖ୍ୟ ପରିଚାଳକ ଅନନ୍ୟା ତ୍ରିପାଠୀ ସୁକିନ୍ଦା ଥାନା ର ଦ୍ବାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଥିବା ବେଳେ , ସୁକିନ୍ଦା ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତିକରି ସୁକିନ୍ଦା ତଦନ୍ତ ଜାରି ରଖିଥିବା ସୁକିନ୍ଦା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

Exit mobile version