ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଆଜି ହେଉଛି ପବିତ୍ର ହୋଲି ! ରଙ୍ଗ ଓ ଭାଇଚାରାର ପର୍ବ l ଆଜି ବାଛ ବିଚାର ନାହିଁ , ରଙ୍ଗର ନା ବୟସର କି ସମ୍ପର୍କ ର ! ସବୁ ରଙ୍ଗ ଫେଣ୍ଟି ହୋଇଯାଏ ଖୁସିର ଆବେଗରେ, ପରସ୍ପର କୁ ରଙ୍ଗ ବୋଳି ଚାଲିଛି ଶୁଭେଚ୍ଛା ର ଆନନ୍ଦ ପ୍ରଦାନ l ଏହି ପରିପ୍ରେକ୍ଷୀ ରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ଆଇଆରବି ବାଟାଲିୟନରେ ଦୁର୍ଗପତିଙ୍କ ଉପସ୍ଥିତରେ ହୋଲି ପର୍ବ ପାଳିତ ହେଉଛି ! ଦୁର୍ଗପତି ରାଜିବ ଲୋଚନ ପଶାୟତଙ୍କ ଉପସ୍ଥିତରେ ହୋଲି ପର୍ବ ମହାଆଡ଼ମ୍ବରରେ ପାଳିତ ହୋଇଥିବା ବେଳେ , ସକାଳୁ ବାଟାଲିୟନର ଯବାନ ମାନଙ୍କ ଉପସ୍ଥିତିରେ ସ୍ଥାନୀୟ ସାମ୍ୱାଦିକ ମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ !
ସୁକିନ୍ଦା ଆଇଆରବି ବାଟାଲିୟନରେ ଦୁର୍ଗପତିଙ୍କ ଉପସ୍ଥିତରେ ହୋଲି ପର୍ବ ପାଳିତ !!!

