ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓ ତାର ଆଖପାଖ ଅଞ୍ଚଳରେ କେତେକ ଯୁବକ ଦୃତ ଗତିରେ ବାଇକ ଚଳାଇ ଶବ୍ଦ ପ୍ରଦୂଷଣ କରୁଥିବା ବାଲୁଗାଁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପରତା ଦେଖାଇ ୨ ବାଇକକୁ ଜବତ କରିବା ସହିତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ବାଲୁଗାଁ ଅଞ୍ଚଳରେ ଗତ କିଛିଦିନ ହେବ କେତେକ ଯୁବ ଗୋଷ୍ଠୀ ଜାଣିଶୁଣି ବାଇକରେ ଶବ୍ଦ କରାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି । ଏହା ଦ୍ଵାରା ପ୍ରଚଣ୍ଡ ଶବ୍ଦ ହେବା ସହିତ ଶବ୍ଦ ପ୍ରଦୂଷଣ କରିବା ପାଇଁ ଚେଷ୍ଟା ଚଳାଉଛନ୍ତି ଏବଂ ଅନ୍ୟ ପଥିକ ମାନଙ୍କୁ ସମସ୍ୟାରେ ପକାଉଛନ୍ତି । ଏ ସକ୍ରାନ୍ତରେ ବାଲୁଗାଁ ଥାନାରେ ଅଭିଯୋଗ ହେବା ପରେ ବାଲୁଗାଁ ଥାନା ଆଇଆଇସି ରଶ୍ମି ରଞ୍ଜନ ଦାଶଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଗତକାଲି ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିଲେ । ବାଲୁଗାଁ ବଜାର ମଧ୍ୟରେ ଏକ ଓଆର ୧୯ ଏଲ ୪୦୩୯ ନମ୍ବର ବିଶିଷ୍ଟ ବୁଲେଟକୁ ଜବତ କରିବା ସହିତ ବୁଲେଟ ଚଳାଉଥିବା ଚକ୍ରଧରପୁର ସାହିର କେଳୁ ସାହୁଙ୍କ ପୁଅ ବିଭୁତି ସାହୁଙ୍କୁ ଗିରଫ କରି କେସ ନମ୍ବର ୫୪/୨୦୨୩ରେ ମାମଲା ରୁଜୁ କରିବା ସହିତ କୋର୍ଟ ଚାଲାଣ କରାଯାଇଛି । ସେହିପରି ଆଉ ଏକ ଦୃତତମ ଓଡ଼ି ୦୭ ସି ୪୯୯୪ ନମ୍ବର ବିଶିଷ୍ଟ ବାଇକକୁ ଜବତ କରିଥିବା ବେଳେ ଘଟଣା ସ୍ଥଳରୁ ଚାଳକ ଫେରାର ହୋଇ ଯାଇଥିଲେ । ତେବେ ଆଗାମୀ ଦିନରେ ରୋଡ଼ ରୋମିଓଙ୍କ ସହିତ ଦୃତ ବାଇକ ଚାଳନା କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନିଆଯିବ ବାଲୁଗାଁ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ବାଲୁଗାଁ ଥାନା ଅଞ୍ଚଳରେ ଦୃତଗାମୀ ଓ ଶବ୍ଦ ପ୍ରଦୂଷଣ କରୁଥିବା ବାଇକ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ !!!

