Site icon Awaj Media

ପୂର୍ବତନ ସରପଞ୍ଚଙ୍କ ପ୍ରଥମ ଶ୍ରାଦ୍ଧ ଦିବସ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ! ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେପିର ଲଢୁଆ ସଂଗଠକ ପ୍ରକାଶ ଚନ୍ଦ୍ର ବରାଳ ଏକ ବର୍ଷ ପୂର୍ବେ ଇହଲୀଳା ସମ୍ଭରଣ କରିଥିଲେ । ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧ ଦିବସରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଗୌରାଙ୍ଗ ଚରଣ ମାର୍ଥା ସଭାପତିତ୍ୱ କରିଥିଲେ । ଆୟୋଜିତ ସଭାରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ଦରିଚନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ବରାଳ, ନରେନ୍ଦ୍ରପୁର ସରପଞ୍ଚ ସବିତା ଦାସ, ସମିତି ସଭ୍ୟ କନ୍ଦର୍ପ ଜେନା, ଅବସରପ୍ରାପ୍ତ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ , ବାମନ ଚରଣ ଦାସ , ସତ୍ୟନାରାୟଣ ପାଲଟାସିଂହ , ମହେଶ୍ୱର ଜେନା ଓ ବହୁ ସ୍ଥାନୀୟ ବାସିନ୍ଦା ଓ ବିଜେପି କର୍ମୀ ଉପସ୍ଥିତ ଥିଲେ !

Exit mobile version