Site icon Awaj Media

ପଲ୍ଲୀ ସଂସ୍କୃତି କଳା ପରିଷଦ ପକ୍ଷରୁ ବାଣପୁର ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ଦକ୍ଷ ସଂଗଠକ ସୁଶୀଲ କୁମାର ବିଷୋୟୀ ଙ୍କ ବିୟୋଗ ରେ ସ୍ମୃତିଚ଼ାରଣ ସଭା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଶିଷ୍ଟ ସମାଜସେବୀ ତଥା ଦକ୍ଷ ସଂଗଠକ ସୁଶୀଲ କୁମାର ବିଷୋୟୀ ଙ୍କ ବିୟୋଗ ରେ ପଲ୍ଲୀ ସଂସ୍କୃତି କଳା ପରିଷଦ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହ ସ୍ମୃତି ଚ଼ାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିଚ଼ାରଣ ସଭାରେ ବିଶିଷ୍ଟ ଶିକ୍ଷାବିତ ଗୋଲକ ବିହାରୀ ପଟ୍ଟନାୟକ, ଦକ୍ଷ ଚ଼ିକିତ୍ସକ ଡ଼ାଃ ସୁରେନ୍ଦ୍ର ନାଥ ଦାସ, ବିଶିଷ୍ଟ ସମାଜସେବୀ ଦୁଷ୍ମନ୍ତ ହରିଚ଼ନ୍ଦନ, ସମାଜସେବୀ ଦାଶରଥି ସେଠୀ, ଦେଓଗାଁ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ରେଣୁବାଳା ଛାଟୋଇ, ସମାଜସେବୀ ଶରତ ଛାଟୋଇ, ଦେବେନ୍ଦ୍ର ହରିଚ଼ନ୍ଦନ, ସୌମ୍ୟରଂଜନ ସାମନ୍ତରାୟ, ଶଶୀଭୂଷଣ ହୋତା ଙ୍କ ସମେତ ଙ୍କ ସ୍ଥାନୀୟ ବ୍ୟକ୍ତି ବିଶେଷ ଯୋଗଦେଇ ତାଙ୍କର ସ୍ମୃତି ଚ଼ାରଣ କରିଥିଲେ । ସ୍ବର୍ଗତ ବିଷୋୟୀ ଜଣେ ନିର୍ଭିକ,ପରୋପକାରୀ ବ୍ୟକ୍ତି ଥିବା ସହିତ ଗମ୍ଭାରିମୁଣ୍ଡା ଅଞ୍ଚଳ ର ସାମୂହିକ ଓ ଉନ୍ନୟନ ମୂଳକ କାର୍ଯ୍ୟରେ ତାଙ୍କର ପ୍ରମୁଖ ଭୂମିକା ରହିଥିବା କଥା ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ । ତାଙ୍କ ବିୟୋଗ ଗମ୍ଭାରିମୁଣ୍ଡା ଅଞ୍ଚଳ ପାଇଁ ବିରାଟ କ୍ଷତି ଏବଂ ତାଙ୍କ ଅମର ଆତ୍ମାର ସଦଗତି କାମନା ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Exit mobile version