ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆଜିଠୁ ମାଟ୍ରିକୁଲେସନ ପରୀକ୍ଷା ଆରମ୍ଭ ହୋଇଛି l ପ୍ରଥମେ ପିଲାମାନେ ଶ୍ରେଣୀ ଗୃହକୁ ପ୍ରବେଶ କରିବା ପରେ ତାଙ୍କୁ 7:45 ମିନିଟ ସମୟରେ ପ୍ରଶ୍ନପତ୍ର ଦିଆଯାଇଛି l କିଭଳି ଭାବରେ ପରୀକ୍ଷା ସୁରୁଖୁରୁରେ ହୋଇପାରିବ ସେନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି l ବିଗତ 2 ବର୍ଷ ପ୍ରଶ୍ନପତ୍ର ଲିକ ଭଳି ସମସ୍ୟା ହୋଇନାହିଁ ! ଚଳିତ ବର୍ଷ ମଧ୍ୟ କମିଶନ ପୋଲିସ ପକ୍ଷରୁ ଆଡଭାଇଜରି ଜାରି ହୋଇଛି , ତେଣୁ ପ୍ରଶ୍ନପତ୍ରକୁ ନେଇ କୌଣସି ଭୟ ନାହିଁ l ପିଲାମାନେ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି l ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବା ସହିତ , ପରୀକ୍ଷା ସୁରୁଖୁରୁରେ ଶେଷ ହେବା ନେଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି !
ମ୍ୟାଟ୍ରିକ ପରୀକ୍ଷା କେନ୍ଦ୍ର ବୁଲି ଦେଖିଲେ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ !!!

