Site icon Awaj Media

ଗଜପତି ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ସପ୍ତାହ ତଥା ପ୍ରଦର୍ଶନୀ ମେଳା 2023 ଉଦଯାପିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ସପ୍ତାହ ତଥା ପ୍ରଦର୍ଶନୀ ମେଳା ସ୍ଥାନୀୟ ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ଅଡିଟୋରୀୟମ ଠାରେ ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ସପ୍ତାହ ତଥା ପଦର୍ଶନୀ ମେଳା ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମ ପୁର ସାଂସଦ ଚନ୍ଦ୍ର ଶେଖର ସାହୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା, ଅନ୍ୟ ତମ ଅତିଥି ଭାବେ ସେଞ୍ଚୁ ରିୟାନ ବିଶ୍ୱ ବିଦ୍ୟାଳୟ ର ରେଜିଷ୍ଟର ଡକ୍ଟର ଅନିତା ପାତ୍ର, ଶିଳ୍ପ ନିରୀକ୍ଷକ ମନୋଜ ମହାପାତ୍ର, ଜିଲ୍ଲା ଶିଳ୍ପ କେନ୍ଦ୍ର ସଂସ୍ଥାର ସାଧାରଣ ପରିଚାଳକ ସୁନା ରାମ ସିଂ ପ୍ରମୁଖ ମଞ୍ଚାସିନ ଥିଲେ।ମନୋଜ ମହାପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅତିଥି ମାନେ ଏହି କର୍ମଶାଳାରେ ଜିଲ୍ଲାର ଶିକ୍ଷିତ ଓ ବେକାର ଯୁବକ ଯୁବତୀ ମାନଙ୍କୁ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତି ଆକୃଷ୍ଟ ହେବାକୁ ଆହ୍ୱାନ ଦେଇଥିଲେ।ଜଣେ ଜଣେ ଉଦ୍ୟୋଗପତି ହେଲେ ଜିଲ୍ଲାର ବିକାଶ ହେବା ସଙ୍ଗେ ସଙ୍ଗେ ଅନ୍ୟ କୁ ରୋଜଗାର ଦେଇ ପରିବା ଓ ଜିଲ୍ଲା ରୁ ବେକାରୀ ସମସ୍ୟା ଦୂରୀକରଣ ହୋଇ ପାରିବ ବୋଲି ଅତିଥି ମାନେ ନିଜର ମତ ବ୍ୟକ୍ତ କରିଥିଲେ।ଉଦ୍ୟୋଗୀକ ବିଷୟ ବସ୍ତୁ ଉପରେ ପ୍ରବନ୍ଧ, ବିତର୍କ ଓ ଚିତ୍ର ପ୍ରତିଯୋଗୀତା ହୋଇ ଥିଲା। କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଛି।ଋଣ ପ୍ରଦାନ କରିଥିବା ବ୍ୟାଙ୍କକୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉଦ୍ୟାନ ବିଭାଗ, କୃଷି ବିଭାଗ, ପ୍ରାଣୀ ସମ୍ପଦ ବିଭାଗଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।

Exit mobile version