ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ନୂଆଗଡ ପଞ୍ଚାୟତର ପ୍ରାଙ୍ଗଣ ଠାରେ ଗଜପତି ଜିଲ୍ଲାରେ ବିଜେଡ଼ି ଦଳର ନୂତନ ସଭାପତି ଭାବେ ମନୋନୀତ ହୋଇଥିବା ଜଗବନ୍ଧୁ ଦାସଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ! ଏହି ଅବସରରେ ବରିଷ୍ଠ ନେତା ତଥା ହାଇଟେକ ଗ୍ରୁପ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ଜିଲ୍ଲା ବିଜେଡ଼ି ଉପସଭାପତି ଜେମସ ରାଇକା , ଜିଲ୍ଲା ପରିଷଦ ସଦସ୍ୟ ଏସ. ବାଳରାଜୁ, ନୂଆଗଡ ବ୍ଲକ ସଭାପତି ଜୋନ ମାଝି, ଆର.ଉଦୟଗିରି ବ୍ଲକ ସଭାପତି ଭୀମ ପାଇକ, ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା ଏବଂ ନୂଆଗଡ ବ୍ଲକର ସମସ୍ତ କର୍ମି ଉପସ୍ଥିତ ରହିଥିଲେ ।

