ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ତହସଲି ଅନ୍ତର୍ଗତ ଟାଟା ଷ୍ଟିଲ – କଳିଙ୍ଗନଗର ମଧ୍ୟରେ ରେଳ ସଂଯୋଗ ନିର୍ମାଣ କାର୍ଯ୍ଯ ପାଇଁ ଘରୋଇ ଜମି ଅଧିଗ୍ରହଣ ନିମନ୍ତେ ଆଜି ସଂଶାଇଲୋ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା । ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତରେ ଏହି ଜନ ଶୁଣାଣି ଅନୁଷ୍ଠିତ ହୋଇଛି । ଏହି ଜନଶୁଣାଣିରେ ପଞ୍ଚାୟତର ସ୍ଥାନୀୟ ବାସିନ୍ଦାଙ୍କ ଜମି ଯାଉଥିବା ବେଳେ ରେଳ ସଂଯୋଗ ନିର୍ମାଣ ପାଇଁ ଏହି ଜନ ଶୁଣାଣି ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରାଶାସନିକ ଅଧିକାରୀଙ୍କ ସହିତ , ଜମି ଅଧିଗ୍ରହଣ ଅଧିକାରିଣୀ ତଥା ସୁକିନ୍ଦା ବ୍ଲକ ବିଡ଼ିଓ ନମ୍ରତା ମୋଦି, ରେଳ ଅଧିକାରୀ ଅଶୋକ କୁମାର ଦାସ, ସ୍ଥାନୀୟ ପଞ୍ଚାୟତର ସରପଞ୍ଚ , କଳିଙ୍ଗନଗର ଅତିରିକ୍ତ ଏସପି ଶିଲଭରୀୟସ ତୋପଙ୍କ ସହ ସୁକିନ୍ଦା ଥାନାର ଭାରପ୍ରାପ୍ତ ଅଧିକାରୀ କାବୁଲି ବାରିକ ସମେତ ଫୋର୍ସ ମୁତୟନ କରାଯାଇ ଏହି ଜନ ଶୁଣାଣି ଅନୁଷ୍ଠିତ ହୋଇଥିବା ବେଳେ ସ୍ଥାନୀୟ ବାସିନ୍ଦା ଏହି ରେଲୱେ ଜମି ଅଧିଗ୍ରହଣ କାର୍ଯ୍ୟ ନିମନ୍ତେ ଜନ ଶୁଣାଣିକୁ ଘୋର ବିରୋଧ କରିଥିବା ଦେଖିବାକୁ ମିଳିଥିଲା ।
ରେଳ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ସଂଶାଇଲୋ ଠାରେ ଜନଶୁଣାଣି ଅନୁଷ୍ଠିତ : ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ !!!

