Site icon Awaj Media

ମିଳିତ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ତିନି ଦଫା ଦାବି ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ଲକ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଛି । ୬ ବର୍ଷ ଚାକିରୀ କାଳକୁ ଗଣନା କରିବା, ଗ୍ରେଡ ପେମେଣ୍ଟ ୨୮୦୦କୁ ବୃଦ୍ଧି ଓ ପୁରାତନ ପେନସନ ବ୍ୟବସ୍ଥା ଲାଗୁ କରିବା ଭଳି ଦାବୀ ସଂଘ ପକ୍ଷରୁ ଉପସ୍ଥାପନ କରାଯାଇଛି । ଦିଆଯାଇଥିବା ଦାବୀ ଗୁଡ଼ିକ ପୂରଣ କରାନଗଲେ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତି ନିଆଯାଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ବସନ୍ତ ଦାସ, ଦୀପକ ସାହୁ, ହିମାଂଶୁ ସ୍ବାଇଁ, ଖଗେଶ୍ବର ମାଝୀ, ଲଛମନ କର, ସୁଧାକର ଖଟୁଆ, ଗୋକୁଳ ମହାନ୍ତ, ସଞ୍ଜୟ ସାମଲ, ମଧୁସ୍ମିତା ମୁର୍ମୁ, ସଞ୍ଜୟ ମଲ୍ଲିକ, ଅଏସକାନ୍ତ ବେହୁରା, ସୁଧାଂଶୁ ସାହୁ, ସୁଧାକର ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version