Site icon Awaj Media

ଆସନ୍ତା କାଲି ପ୍ରସିଦ୍ଧ ବାଣପୁର ପଞ୍ଚୁ ଦୋଳ ଯାତ୍ରା : ଠାକୁରଙ୍କ ଅପେକ୍ଷାରେ ପଲଟଣ ପଡିଆ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆସନ୍ତା କାଲିଠାରୁ ମହା ସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି ଐତିହାସିକ ବାଣପୁର ପଞ୍ଚୁ ଦୋଳ ଯାତ୍ରା । ଠାକୁରଙ୍କ ଅପେକ୍ଷାରେ ରହିଛି ପଲଟଣ ପଡିଆ । ଦୁଇଦିନ ଧରି ଏହି ଯାତ୍ରା ହେବାକୁ ଥିବା ବେଳେ ଆସନ୍ତା କାଲି ୧୨ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଶୁଭ ଉଦଘାଟନ ହେବ ! ସନ୍ଧ୍ୟା ୬ ଘଟିକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଭଜନ ସମାରୋହ । ରାତ୍ର ୯ ଘଟିକା ଠାରୁ ୧୨ ଘଟିକା ପର୍ଯ୍ୟନ୍ତ ରଘୁରାଜପୁର ଗୋଟିପୁଅ ନୃତ୍ୟ ପରି ଅନେକ କାର୍ଯ୍ୟକ୍ରମ ରହିଛି । ୧୨.୧୮ ମିନିଟ ଠାରୁ ସୁସଜ୍ଜିତ ବିମାନ ସହିତ ପଡିଆ ମଧ୍ୟକୁ ଠାକୁର ମାନଙ୍କ ଆଗମନ ଓ ଆସ୍ଥାନ ଗ୍ରହଣ । ୧୩ ତାରିଖ ସୋମବାର ଦିନ ସକାଳ ୯ ଘଟିକା ଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଠାକୁରଙ୍କ ନିତିକାନ୍ତି କାର୍ଯ୍ୟକ୍ରମ ଓ ଅପରାହ୍ନ ୫ ଘଟିକା ସମୟରେ ଠାକୁର ମାନଙ୍କ ମେଳଣ କାର୍ଯ୍ୟକ୍ରମ ରହିଛି । ଗତ ତିନିବର୍ଷ ଧରି କୋଭିଡ କଟକଣା ମଧ୍ୟରେ କେବଳ ଠାକୁରଙ୍କ ନିତିକାନ୍ତି ରକ୍ଷା କରିବା ପାଇଁ ପଞ୍ଚୁ ଦୋଳ ଯାତ୍ରା ଅନୁଷ୍ଠିତ ହେଉଥିଲା । ଚଳିତ ବର୍ଷ ପ୍ରଶାସନ ପକ୍ଷରୁ କୌଣସି କଟକଣା ନଥିବା ବେଳେ ମହା ଆଡମ୍ଭରରେ ବାଣପୁର ପଞ୍ଚୁ ଦୋଳ ଯାତ୍ରା କମିଟି ଆନୁକୁଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ପଞ୍ଚୁଦୋଳ ଯାତ୍ରା ! ଯାତ୍ରାକୁ ନେଇ ଶ୍ରଦ୍ଧାଳୁ ମାନଙ୍କ ମନରେ ଆନନ୍ଦ ଉଲ୍ଲାସ ଥିବା ଦେଖିବାକୁ ମିଳିଛି ।

Exit mobile version