Site icon Awaj Media

ରଙ୍ଗର ପର୍ବରେ ଗୋ ସେବା କଲେ କଳିଙ୍ଗ ଆବାସିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଆନନ୍ଦ ଉଲ୍ଲାସ ରଙ୍ଗର ପର୍ବ ହୋଲି ! ସମଗ୍ର ଦେଶରେ ଏହା ମହା ସମାରୋହରେ ପାଳିତ ହୋଇଥିବା ବେଳେ ଏକ ଭିନ୍ନ ଢ଼ଙ୍ଗରେ ହୋଲି ପାଳନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଚାନ୍ଦୋଳ ଠାରେ ଥିବା କଳିଙ୍ଗ ଆବାସିକ ବିଦ୍ୟାଳୟର ପ୍ରତିଷ୍ଠାତା , ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ଵର ଗୋରକ୍ଷଣୀ , ଯେଉଁଠାରେ ୧୦୦ ରୁ ଅଧିକ ବିକଳାଙ୍ଗ ଅର୍କମଣୀୟ ବୃଦ୍ଧ ଗୋରୁଗାଈ ମାନଙ୍କୁ ରଖାଯାଇ‌ ଖାଦ୍ୟପେୟ ଦେବା ସହିତ ସେମାନଙ୍କ ସେବା ଶୁଶ୍ରୁଷା କରା ଯାଇଥାଏ । ରଙ୍ଗର ପର୍ବ ହୋଲି ଅବସରରେ ହୋଲି ଖେଳିବା ପରିବର୍ତ୍ତେ କଳିଙ୍ଗ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ମନୋଜ କୁମାର ପ୍ରଧାନ ଙ୍କ ମହାନ୍ ଚିନ୍ତାଧାରା ରେ ବିଦ୍ୟାଳୟ ଶିକ୍ଷକ ଏବଂ ଛାତ୍ର ମାନଙ୍କୁ ଗାଡ଼ିରେ ଧରି ଅସୁରେଶ୍ଵର ଗୋରକ୍ଷଣୀରେ ପହଞ୍ଚି ଗୋରୁ ମାନେ ରହୁଥିବା ସ୍ଥାନ ପରିସ୍କାର ପରିଚ୍ଛନ୍ନ କରିବା ସହିତ ଗୋରୁଗାଈ ମାନଙ୍କୁ ଗାଧେଇ ଦେଇଥିଲେ ! ସେମାନଙ୍କ ପାଇଁ ବିଦ୍ୟାଳୟ ରୁ ପ୍ରସ୍ତୁତ କରିଆଣି ଥିବା ଚୋକଡ ମକା ଖାଦ୍ୟକୁ ନିଜ ହାତରେ ଅଧ୍ୟକ୍ଷ ଏବଂ ଛାତ୍ରଛାତ୍ରୀ ମାନେ ସମସ୍ତ ଙ୍କୁ ଖୁଆଇଥିଲେ । ଛାତ୍ରମାନେ ଗୋରୁଗାଈ ମାନଙ୍କ ଖାଇବା ନିମନ୍ତେ ନଡା ଆଣି ମେସିନ ସାହାଯ୍ୟରେ କାଟିବାର ଦେଖିବାକୁ ମିଳିଥିଲା । ସୂଚନା ମୁତାବକ କଳିଙ୍ଗ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନ ମହାମାରୀ କରୋନା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ପଡୋଶୀ କଟକ ଜିଲ୍ଲା ର ବିଭିନ୍ନ ସ୍ଥାନରେ ରାସ୍ତା ରେ ବୁଲୁଥିବା ଗୋରୁଗାଈ ପଶୁପକ୍ଷୀ ମାନଙ୍କୁ ପ୍ରତ୍ୟେକ ଦିନ ଗାଡ଼ି ସାହାଯ୍ୟରେ ରନ୍ଧା ଖାଦ୍ୟ ନେଇ ଖୁଆଉଥିବାର ସେତେବେଳେ ଦେଖିବାକୁ ମିଳିଥିଲା । ଏହା ପରେ ସେ ପ୍ରତ୍ୟେକ ଶନିବାର ଦିନ ଅସୁରେଶ୍ଵର ଗୋରକ୍ଷଣୀ ଆସି ଗୋରୁଗାଈ ଙ୍କ ଯତ୍ନ ନେବା ସହିତ ଖାଦ୍ୟ ଖୁଆଇଥାନ୍ତି । ଏବେ ପୁଣି ରଙ୍ଗର ପର୍ବ ହୋଲି ଖେଳିବା ପରିବର୍ତ୍ତେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ସହିତ ଜୀବନ ର ରଙ୍ଗ ର ପରିବର୍ତ୍ତନ ପାଇଁ ଗୋ ସେବା କରିବା ପାଇଁ ପ୍ରେରଣା ଦେଇ ଏଭଳି ମହାନ୍ କାର୍ଯ୍ୟରେ ନିୟୋଜିତ କରିଥିବା ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀ ମାନେ ହୋଲି ଖେଳିବା ପରିବର୍ତ୍ତେ ଏ ଭଳି ଗୋ ସେବାରେ ନିଜକୁ ନିୟୋଜିତ କରି ଆତ୍ମସନ୍ତୋଷ ଲାଭ କରିବା ସହିତ ଗୋ ସେବା ଭଗବାନ ସେବା ଠାରୁ ବଡ ବୋଲି କହିଥିଲେ ।

Exit mobile version