Site icon Awaj Media

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପାଇଁ ମୁଁ ଆଜି ରାଜନୀତିରେ ପ୍ରବେଶ କରିଛି – ପ୍ରତାପ ଜେନା !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପାଇଁ ମୁଁ ଆଜି ରାଜନୀତିରେ ପ୍ରବେଶ କରିଛି , କାର୍ଯ୍ୟକ୍ରମ ସମୟରେ ଏପରି ଉକ୍ତି ପ୍ରକାଶ କରିଛନ୍ତି ବିଧାୟକ ପ୍ରତାପ ଜେନା ! ଓଡ଼ିଶାର ଜନ ନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ପାଳନ କଲା ମାହାଙ୍ଗା ବିଜୁ ଜନତା ଦଳ । ବିଜୁ ବାବୁଙ୍କ ନିକଟତମ ବ୍ୟକ୍ତି , ଛାତ୍ର ନେତା ରୁ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ନିଜ ରାଜନୀତି ଜୀବନ ଆରମ୍ଭ କରିଥିବା ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ବରେ ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗ୍ରାମ ପଞ୍ଚାୟତ ଚକରପଡିଆ ଠାରେ ହଜାର ହଜାର ବିଜୁ ପ୍ରେମୀଙ୍କ ଉପସ୍ଥିତିରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି କର୍ଯ୍ୟକ୍ରମ ! ବିଧାୟକ ଯୋଗଦେଇ ବିଜୁ ବାବୁଙ୍କ ସ୍ମୃତି କୁ ଉଜ୍ଜୀବିତ କରିବା ନିମନ୍ତେ ସେଇ ପଡିଆରରେ ବିଜୁବାବୁ ଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିଲେ । ଜୀବନୀ ଗାଥା ଆଲୋଚନା କରିବା ସହ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ସମୟରେ ତାଙ୍କ ଦେହ ରେ ତିନି ଦେଶର ଜାତୀୟ ପତାକା ଘୋଡା ଯାଇଥିଲା କିନ୍ତୁ ସେଇ ଭଳି ଯୋଗ୍ୟ ପୁତ୍ର ଙ୍କୁ ଭାରତ ରତ୍ନ ନ ମିଳିବା ଦୁର୍ଭାଗ୍ୟଜନକ ବୋଲି ନିଜ ଅଭିଭାଷଣରେ ପ୍ରତାପ ଜେନା କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଗ୍ରାମ ପଞ୍ଚାୟତ ସ୍ତରର ଜନ ପ୍ରତିନିଧି ମାନଙ୍କ ସହିତ ମାହାଙ୍ଗା ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ନିଶ୍ଚିନ୍ତକାଇଲି ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଦୀପା ମଲ୍ଲିକ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ସତ୍ୟନାରାୟଣ ମହାନ୍ତି, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶ ରଂଜନ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ବିପ୍ଳବ କେଶରୀ କାପ, ଭୂପତି ଭୂଷଣ ଷଣ୍ଢ, ଜସ୍ମିତା ସେଠି ପ୍ରମୁଖ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ଓ ଓଡ଼ିଶା ପ୍ରଗତିର ରଥକୁ ଅଗ୍ରସର କରାଇବା ନୀମନ୍ତେ ଆହ୍ୱାନ ଦେଇଥିଲେ ।

Exit mobile version