Site icon Awaj Media

ଦୁର୍ଗାପୁର ପଞ୍ଚାୟତ ବେଙ୍ଗିଟାଙ୍ଗୀ ଗ୍ରାମରେ ଫୁଲଦୋଳ ଉତ୍ସବ ପାଳନ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ପଞ୍ଚାୟତ ବେଙ୍ଗିଟାଙ୍ଗୀର ଇଷ୍ଟଦେବ ବାବା ସୋମନାଥଙ୍କ ମେଳଣ ପଡିଆରେ ଫୁଲ ଦୋଳ ମେଳଣ ବେଶ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି I ଶୁକ୍ରବାର ଦିନ ରାତ୍ରରେ ଆଖପାଖ 5 / 6 ଟି ପଂଚାୟତରୁ ପାଖାପାଖି 20 ରୁ ଅଧିକ ଦୋଳ ବିମାନରେ ଠାକୁରମାନେ ରଙ୍ଗୀନ ବାଣ ସାଙ୍ଗକୁ ଘୋଡାନାଚ, ବାଘବାଣୁଆ , ପାଇକଅଖାଡା, ଦୁଲଦୁଲି ବାଜା ଏବଂ ଡିଜେ ସହିତ ଶୋଭାଯାତ୍ରା କରି ଆସି ମେଳଣ ପଡିଆରେ ନିଜନିଜ ସ୍ଥାନ ଅଳଙ୍କୃତ କରିଥିଲେ I ସେଥିମଧ୍ୟରୁ ଗଡଗୁଡୁମ ଗ୍ରାମର ପାଇକ ଅଖାଡା ଦର୍ଶକ ମାନଙ୍କ ମନକୁ ବେଶ ଛୁଇଁଥିଲା I

ଶନିବାର ଦିନ ଠାକୁର ମାନେ ବିମାନରେ ଭକ୍ତଙ୍କ ମେଳରେ ଫଗୁ ଖେଳିଥିଲେ I ହଜାର ହାଜର ଭକ୍ତ ଠାକୁର ମାନଙ୍କୁ ଫଗୁ ଦେବା ସହିତ ମିନା ବଜାରକୁ ବେଶ ଉପଭୋଗ କରିଥିଲେ I ଏ ବର୍ଷର ମୁଖ୍ୟ ଆକର୍ଷଣ ଥିଲା ଟଙ୍କ ତୋରାଣି I ଉକ୍ତ ପଞ୍ଚାୟତରୁ ଗତ ସପ୍ତାହରେ ପାଖାପାଖି 25 / 30 ଭକ୍ତ ଚାଲିଚାଲି ପୁରୀ ଯାତ୍ରା କରିଥିଲେ I ସେହି ଭକ୍ତ ମାନେ ମିଶି ଶ୍ରୀମନ୍ଦିରରୁ ମହାପ୍ରସାଦ ଆଣି ଏଠାରେ ଟଙ୍କ ତୋରାଣି ପ୍ରସ୍ତୁତ କରି ହଜାର ହଜାର ଭକ୍ତଙ୍କୁ ବାଣ୍ଟିଥିଲେ ଏବଂ ରାତିରେ ବେଙ୍ଗିଟାଙ୍ଗୀର ଯୁବକ ମାନେ ମିଶି ” ଜୀବନ ଛକରେ ମଣିଷ ହାଟ ” ଶୀର୍ଷକ ନାଟକ ପ୍ରସ୍ତୁତ କରିଥିରେ ଯାହାକି ବେଶ ଆକର୍ଷଣୀୟ ହୋଇଥିଲା I

Exit mobile version