ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଓଡ଼ିଶା ଡ୍ରାଇଭର ମହା ଡାକରାରେ 10 ଦଫା ଦାବି ନେଇ ସୁକିନ୍ଦା ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଡ଼ୁବୁରୀ ଛକ ରାସ୍ତା କଡ଼ରେ ସଙ୍ଘର ବହୁ କାର୍ଯ୍ୟକର୍ତ୍ତା ଧାରଣା ଦେଇଥିବା ଦେଖିବାକୁ ମିଳିଛି । ସୁକିନ୍ଦା ଓଡ଼ିଶା ଡ୍ରାଇଭର ମହାସଂଘ ବ୍ଲକ ସମ୍ପାଦକ ତାରାକାନ୍ତ ଜେନା, ଉପ ସଭାପତି ଶାନ୍ତନୁ ମହାନ୍ତଙ୍କ ନେତୃତ୍ବରେ ବହୁ ଡ୍ରାଇଭର ଏହି ଗଣ ଧାରଣାରେ ଯୋଗ ଦେଇଛନ୍ତି । ଡ୍ରାଇଭର ମହାସଂଘର 10 ଦଫା ଦାବି କୁ ସରକାର ପୁରଣ କରିବା ପରେ ଗଣ ଧାରଣା ପ୍ରତ୍ୟାହାର ହେବ ବୋଲି ସଙ୍ଘ ପକ୍ଷରୁ ସୂଚନା ମିଳିଛି ।
ଦଶ ଦଫା ଦାବୀ ନେଇ ଡୁବୁରି ଛକରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଗଣଧାରଣା !!!

