Site icon Awaj Media

ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ସାରା ରାଜ୍ୟରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ଓ ରାସ୍ତାରୋକ ହେଉଥିବା ବେଳେ କେନ୍ଦ୍ରାପଡାରେ ମଧ୍ୟ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ ଓ ରାସ୍ତାରୋକ କରାଯାଇଛି । ଆନ୍ଦୋଳନ ଅବସରରେ ଦୁହୁରିଆ ସ୍ଥିତ କଟକ ଚାନ୍ଦବାଲି ଓ ଚଣ୍ଡିଖୋଲ ପାରାଦ୍ୱୀପ ରାସ୍ତାରୋକ କରାଯାଇଛି । ସାମାଜିକ ସୁରକ୍ଷା, ଦୁର୍ଘଟଣାରେ ପ୍ରାଣ ହରାଇଲେ ୨୦ ଲକ୍ଷ ଟଙ୍କା ବୀମା ରାଶି, ପ୍ରତି ୧୦୦ କିଲୋମିଟର ବ୍ୟବଧାନରେ ପାର୍କିଂ ଏବଂ ଶୌଚାଳୟ , ୫୫ ବୟସରେ ଡ୍ରାଇଭର ମାନଙ୍କୁ ପେନସନ ଦାବି ନେଇ ସଂଘ ପକ୍ଷରୁ ଆନ୍ଦୋଳନ ଓ ରାସ୍ତାରୋକ କରାଯାଇଛି । ଅପରପଟେ ଯେ ପର୍ଯ୍ୟନ୍ତ ଡ୍ରାଇଭର ମାନଙ୍କୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ସହ ଆନ୍ଦୋଳନ ଆଗକୁ ତୀବ୍ରତର ହେବା ନେଇ ଚେତାବନୀ ଦେଇଛି ସଂଘ ।

Exit mobile version