Site icon Awaj Media

ବରକନ୍ୟା ଝରଣା ଦେଖି ବିମୋହିତ ହେଲେ ନୟାଗଡ ବିଧାୟକ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବୁଢା ବୁଢିଆଣୀ ଡ୍ୟାମ୍ ଠାରୁ ପ୍ରାୟ ୫ କି.ମି ଦୁର ବାଣ୍ଠପୁର ପଞ୍ଚାୟତ ନିହଲପ୍ରସାଦ ଗ୍ରାମର କାନଖାଇ ପାହାଡ଼ରୁ ଧାର ଧାର ବୋହି ବହି ଚାଲିଛି ବରକନ୍ୟା ଝରଣା । ପ୍ରାକୃତିକ ଶୋଭରାଜିରେ ଭରପୁର ଏହି ସୌନ୍ଦର୍ଯ୍ୟମୟ ସ୍ଥାନଟି ଜିଲ୍ଲାରେ ଲୁକ୍କାୟିତ ଅବସ୍ଥାରେ ଥିବାବେଳେ ଏହି ଝରଣା ନିକଟକୁ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ଜିଲ୍ଲା ପ୍ରଶାସନକୁ ସାଙ୍ଗରେ ଧରି ପରିଦର୍ଶନ କରିଛନ୍ତି । ପ୍ରକୃତି କୋଳରେ ଏମିତି ଏକ ବିରଳ ଚିରସ୍ରୋତା ଝରଣା ରହିଥିବା କଥାକୁ ସେ ସହଜରେ ବିଶ୍ୱାସ କରି ପାରି ନଥିଲେ । ପ୍ରଥମେ ଏଠାକାର ପରିବେଶ ଦେଖି ସେ ଆଚମ୍ବିତ ହେବା ସହ ଏହା ଏକ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇବାକୁ ହକ୍ ବୋଲି କହିଥିଲେ ।

ଝରଣା ଦେଖିବାକୁ ବିଧାୟକଙ୍କ ସହିତ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁଧାକର ଶତପଥୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମିରାବାଇ ବେହେରା, ବିଡ଼ିଓ ସନ୍ତୋଷ କୁମାର ଜେନା, ତହସିଲଦାର ଅନିଲ କୁମାର ଆଚାର୍ଯ୍ୟ, ପଂଚିରିଡ଼ା ବନାଂଚଳ ଅଧିକାରୀ ଅର୍ଜନା ଗମାଙ୍ଗୋ, ବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ବାଣ୍ଠପୁର ସରପଞ୍ଚ ସୁନିତା ବାରିକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଭୂପ୍ରସାଦ ସାହୁ, ଆତ୍ମା ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ଓଡ଼ଗାଁ ସହକାରୀ ଯନ୍ତ୍ରୀ ଅରୁନ୍ଧତି ପଣ୍ଡା, ସନାତନ ଭୋଳ, ପୂର୍ବତନ ସରପଞ୍ଚ ଦିବାକର ନାୟକ, ଜଗଦୀଶ ପ୍ରଧାନ, ଓଡ଼ଗାଁର ବହୁ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ପରିଦର୍ଶନ କରିଥିଲେ ।

Exit mobile version