Site icon Awaj Media

ଧଳାପଥର ସେବା ସମବାୟ ସମିତିରେ ଋଣ ସଚେତନତା କର୍ମଶାଳା !!!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୋଲଗଡ଼ ବ୍ଲକ ଅନ୍ତର୍ଗତ ଧଳାପଥର ସ୍ଥିତ ସେବା ସମବାୟ ସମିତି ଆନୁକୁଲ୍ୟରେ ଓ ନାବାର୍ଡ଼ ସହାୟତାରେ ଏକ ବ୍ୟାଙ୍କ ଋଣ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସେବା ସମବାୟ ସମିତିର ସଭାପତି ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ଡେପୁଟି ଜେନେରାଲ ମ୍ୟାନେଜର ସନ୍ଦୀପ କୁମାର ପଟ୍ଟନାୟକ , ମୁଖ୍ୟ ବକ୍ତା ଭାବେ ବ୍ୟାଙ୍କ ମ୍ୟାନେଜର ଜଗନ୍ନାଥ ପାଲ ଓ ସମ୍ମାନିତ ଅତିଥି ଭାବେ ସହକାରୀ ଇନ୍ସପେକ୍ଟର ପ୍ରଭାକର ନାଏକ, ସମିତି ସଭ୍ୟ ବିଜୟ କୁମାର ସୁବୁଦ୍ଧି, ମାଧବ ଚନ୍ଦ୍ର ଦାସ, ମହିଳା ସ୍ବୟଂ ସହାୟକ ଫେଡେରେସନର ସଭାନେତ୍ରୀ ତୁଳସୀ ବାରିକ, ଉପ ସଭାନେତ୍ରୀ ସୁମିତ୍ରା ସାହୁ , ସିଆରପି କୁମୁଦିନି ପ୍ରଧାନ , ଲିଲି ସାହୁ , ନିବେଦିତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । କର୍ମଶାଳା ପ୍ରାରମ୍ଭରେ ସମସ୍ତ ନିମନ୍ତ୍ରିତ ଅତିଥି ମାନେ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଫୁଲ ଚନ୍ଦନ ଧୂପ ଦୀପ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି କର୍ମଶାଳାରେ ୭୨ ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ, ସଂପାଦିକା ଓ ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ବ୍ୟାଙ୍କ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକର ବିକାଶ ତଥା ଉନ୍ନତି ପାଇଁ ବିଭିନ୍ନ ଯୋଜନାରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ କରାଯିବ ବୋଲି ମୁଖ୍ୟ ଅତିଥି ତଥା ବ୍ୟାଙ୍କର ଡେପୁଟି ଜେନେରାଲ ମ୍ୟାନେଜର ସନ୍ଦୀପ କୁମାର ପଟ୍ଟନାୟକ ଓ ମୁଖ୍ୟ ବକ୍ତା ତଥା ବ୍ୟାଙ୍କ ମ୍ୟାନେଜର ଜଗନ୍ନାଥ ପାଲ ମିଳିତ ଭାବେ କହିଥିଲେ । ତେଣୁ ସମସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକ ବ୍ୟାଙ୍କ ଋଣ ଟଙ୍କାକୁ ସଠିକ୍ ଭାବ ବିନିଯୋଗ କରି ଠିକ୍ ସମୟରେ ଋଣ ଟଙ୍କା ବ୍ୟାଙ୍କକୁ ଫେରାଇବା ପାଇଁ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ବ୍ୟାଙ୍କ ଋଣ ଟଙ୍କା ପରିସୋଧ କରିଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଫୁଲତୋଡ଼ା, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରିଶେଷରେ ସେବା ସମବାୟ ସମିତିର ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version