Site icon Awaj Media

ଆମ୍ବସାର ବିଜେଡି କାର୍ଯ୍ୟାଳୟରେ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ଆମ୍ବସାର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇସିଛି । କିଛିଦିନ ପୂର୍ବରୁ ସୁକିନ୍ଦା ବିଜେପି କାର୍ଯ୍ୟାଳୟରେ ଯୁବାମୋର୍ଚ୍ଚା କର୍ମୀ ମାନଙ୍କ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ବିଜେଡ଼ି କର୍ମି ମାନଙ୍କ ବିରୋଧରେ ବାର୍ତ୍ତା ଦିଆଯାଇଥିବା ଦେଖିବାକୁ ମିଳିଥିଲା । ବିଜେପି ଯୁବ ମୋର୍ଚ୍ଚା କର୍ମୀ ମାନଙ୍କ ସାମ୍ବାଦିକ ସମ୍ମିଳନୀର ବାର୍ତ୍ତାର ଉତ୍ତର ରଖିବା ନିମନ୍ତେ ଆଜି ସୁକିନ୍ଦା ଯୁବ ବିଜୁ ଜନତା ଦଳ ପକ୍ଷରୁ ଆମ୍ବସାର ସ୍ଥିତ ବିଜେଡ଼ି କାର୍ଯ୍ୟଳୟରେ ଯୁବ ବିଜେଡ଼ି ରାଜ୍ୟ ସମ୍ପାଦକ ଦେବୀ ପ୍ରସାଦ ମହାନ୍ତି, ସୁକିନ୍ଦାଗଡ ଗ୍ରାମପଞ୍ଚାୟତ ସରପଞ୍ଚ ସ୍ଵାଧୀନ ଦାସ, ବ୍ଲକ ଯୁବ ସଭାପତି ସୁଜିତ ରାଉତ , ସୁକିନ୍ଦାଗଡ ଗ୍ରାମପଞ୍ଚାୟତ ଯୁବ ସଭାପତି ଅମିତ ଦାସ , ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସମ୍ପାଦକ ହିମାଂଶୁ ଶେଖର ଦୋରା, ସୁକିନ୍ଦା ବ୍ଲକ ଯୁବ ବିଜେଡ଼ି ଉପସଭାପତି ଆଶିଷ କୁମାର ବରାଳଙ୍କ ଉପସ୍ଥିତରେ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

Exit mobile version