ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ବାରଗାଡିଆ ଗ୍ରାମ ପାଖ ମୁଖ୍ୟ ରାସ୍ତାରେ ବସ ସହ ଦୁର୍ଘଟଣାରେ ଦୁଇ ସ୍କୁଟି ଆରୋହି ଯୁବକ ଗୁରୁତର ଆହତ ହୋଇ ସ୍ଥାନୀୟ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ମୁତାବକ ବାରଗାଡିଆ ଗ୍ରାମ ର ସମ୍ରାଟ କେଶରୀ ଦେଓ ଓ ତାଙ୍କ ବନ୍ଧୁ କବୀର ଏକ ସ୍କୁଟି ନଂ OD 04 R 5575 ଯୋଗେ କଳିଙ୍ଗନଗର ଛକରୁ ବ୍ୟକ୍ତିଗତ କାର୍ଯ୍ୟ ସାରି ରାତିରେ ନିଜ ଘରକୁ ଫେରୁଥିବା ସମୟରେ ବାରଗାଡିଆ ଗ୍ରାମ ପାଖ ମୁଖ୍ୟ ରାସ୍ତାରେ ଏକ ବସ OD 34 Q 7500 ବସ ତାଙ୍କ ସ୍କୁଟି ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ସ୍କୁଟି ଆରୋହି ଦୁଇଜଣ ଆହତ ହୋଇଥିବା ବେଳେ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାର କରି ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ବସକୁ ବାଡେଇ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଉତ୍ତେଜନା ଲାଗି ରହିଥିବା କଳିଙ୍ଗନଗର ପୋଲିସ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଁଚି ଉତେଜିତ ଲୋକ ମାନଙ୍କୁ ବୁଝାଇବା ସହିତ ଦୁର୍ଘଟଣା ଘଟାଇଥିବା ବସକୁ ଜବତ କରି ତଦନ୍ତ ଜାରି ରଖିଛି ।
ବାରଗାଡିଆ ଗ୍ରାମ ପାଖ ମୁଖ୍ୟ ରାସ୍ତାରେ ଦୁର୍ଘଟଣା : ଦୁଇ ସ୍କୁଟି ଆରୋହୀ ଯୁବକ ଗୁରୁତର !!!

