Site icon Awaj Media

୧୪ ତମ ଆଦିବାସୀ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳର ଇନ୍ଦୋର ଅଭିମୁଖେ ଯାତ୍ରା !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ନେହେରୁ ଯୁବ କେନ୍ଦ୍ର ତରଫରୁ ୧୪ ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ପାଇଁ କନ୍ଧମାଳରୁ ଏକ ୨୦ ଜଣିଆ ଦଳ ମଧ୍ୟପ୍ରଦେଶର ଇନ୍ଦୋର ଅଭିମୁଖେ ଯାତ୍ରା କରିଛନ୍ତି l ଏହି ଅବସର ରେ ବାଲିଗୁଡା ଟାଉନ ହଲ୍ ସଭାଗୃହ ଠାରେ ଏକ ଆଦିବାସୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ମୂଖ୍ୟ ଅତିଥି ଭାବରେ ସ୍ଥାନୀୟ ଉପ ଜିଲ୍ଲାପାଳ ଏମ.ଏସ. ମଧୁମିତା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବାଲିଗୁଡା ରେ ଅବସ୍ଥାପିତ ୧୨୭ ସିଆରପିଏଫର କମାଡେଣ୍ଟ ଆନନ୍ଦ ଝା , ଦ୍ୱିତୀୟ କମାଣ୍ଡ ଅଧିକାରୀ ମାଉଲି ମୋହନ କୁମାର, ଅଜିତ ବାବୁ ସି, ବିପିନ କୁମାର୍, କୁମାର୍ ରାଘଭେନ୍ଦ୍ର, ଡ. ରାହୁଲ ଏବଂ ଫୁଲବାଣୀ ନେହେରୁ ଯୁବ କେନ୍ଦ୍ରର ଜିଲା ଯୁବ ଅଧିକାରୀ ନଭନିତ କୁମାର, ସହକର୍ମୀ ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ ପଞ୍ଚାୟତ ସେଶ୍ରାଗାଁ ଓ ଚଙ୍ଗା ପଦର ଗ୍ରାମର ଶ୍ରେଷ୍ଠ ୨୦ ଜଣ ଆଦିବାସୀ ଭାଇ ଭଉଣୀ ମାନେ ଇନ୍ଦୋର ଯାତ୍ରା କରିଛନ୍ତି l ତାଙ୍କ ସହ ଏସକଟ ଭାବରେ ବାଲିଗୁଡା ସିଆରପିଏଫରୁ ଲିଲି ଭୋଇ ଓ ସମିରନ୍ ପୋଠକ ଯାଉଛନ୍ତି l ଏହି କାର୍ଯ୍ୟକ୍ରମ ଚଳିତ ମାସ ୨୦ ତାରିଖରୁ ୨୬ ତାରିଖ ଦୀର୍ଘ ୬ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର ର ସହକର୍ମୀ ସତ୍ୟବାନ ଦଳବେହେରା ଅତିଥି ମାନଙ୍କର ପରିଚୟ ସହ ସ୍ଵାଗତ ପ୍ରଦାନ କରିଥିବା ବେଳେ ବାଲିଗୁଡା ସିଆରପିଏଫ ର ଦ୍ୱିତୀୟ କମାଡେଣ୍ଟ ମାଉଲି ମୋହନ କୁମାର ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version