ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମରିୟମ ରଇତ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ । ଆୟୋଜିତ ବୈଠକ ରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଫାଲଗୁନ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ଧନେଶ୍ୱର ଭୂୟାଁ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ପ୍ରମୁଖଙ୍କ ସହିତ ସମସ୍ତ ନଵ ନିର୍ବାଚିତ ସଦସ୍ୟଙ୍କୁ ସ୍ୱାଗତ କରାଯାଇଥିଲା । 2023- 2023 ଆର୍ଥିକ ବର୍ଷର ପ୍ରାପ୍ତ ଅନୁଦାନ କରା ଯାଇଥିବା କାର୍ଯ୍ୟର ବିନିଯୋଗ ନିମନ୍ତେ ଖସଡ଼ା ପ୍ରସ୍ତୁତି କରାଯାଇଛି । କାର୍ଯ୍ୟସୂଚୀ ର ଆଲୋଚ୍ୟ ବିଷୟ ଗୁଡିକ ହେଲା ଆଦିବାସୀ ସଂସ୍କୃତି ମଣ୍ଡପ,ବୃହତ ସାଂସ୍କୃତିକ ମଣ୍ଡପ ନିର୍ମାଣ, ସମୁଦାୟ ଗୋଷ୍ଠୀ ଗୃହ ନିର୍ମାଣ, ଜିଲ୍ଲା ସ୍ତରୀୟ ସଂଗ୍ରହାଳୟ, ଜନଜାତି ସମୁଦାୟ ଭବନ, ବାଦ୍ୟଯନ୍ତ୍ର ଯୋଗାଣ, ଆଦିବାସୀ ନୃତ୍ୟ ପାରମ୍ପରିକ ପୋଷାକ ସାମଗ୍ରୀ, ସୂଚୀଭୁକ୍ତ ଜନଜାତି ନୃତ୍ୟ ଦଳକୁ ପ୍ରୋତ୍ସ।ହନ, ପବିତ୍ର ବନ ବା ସ୍ଥାନ ମାନଙ୍କର ସୁରକ୍ଷା, ଦକ୍ଷତା ବିକାଶ, ଜ୍ଞାନ ବର୍ଦ୍ଧନ ନିମନ୍ତେ ଅନ୍ୟ ସ୍ଥାନକୁ ପରିଭ୍ରମଣ, ସହରି ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରୋତ୍ସାହନ , ଉଡାଣ ପ୍ରଶିକ୍ଷଣ, ନଳ କୂପ ଖନନ ଓ ବଣ୍ଟନ, ବିଦ୍ୟୁତ ସଂଯୋଗ, ଆଦିବାସୀ ମାରାଥନ ଯୁବ ସମ୍ମିଳନୀ, ଶହୀଦ ସ୍ମୃତି ସ୍ଥଳ, ଆଦିବାସୀ ପର୍ଯ୍ୟଟନ ସ୍ଥଳୀ, ସାଂସ୍କୃତିକ କ୍ରୀଡ଼ାଉତ୍ସବ, ଆଦିବାସୀ ହାଟ, ଜନ ଜାତି କୃଷି ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ପରିଶେଷରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଧନ୍ୟବାଦ ଅର୍ପଣ କରିଥିଲେ ।
ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ !!!

