Site icon Awaj Media

ଗୋପାଳ ମାନଙ୍କ ଲଉଡ଼ି ପ୍ରତିଯୋଗିତା : ସାମିଲ ହେଲେ ୭ ଗୋଟି ଦଳ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଦୋଳ ପର୍ବ ଅବସରରେ ଗୋପାଳ ମାନଙ୍କ ଲଉଡ଼ି ପ୍ରତିଯୋଗିତା ! ସାମିଲ ହେଲେ ୭ ଗୋଟି ଦଳ ! ହଜି ଯାଉଥିବା ପୁରୁଣା ପରମ୍ପରା କୁ ଉଜାଗର କରିବା ଲକ୍ଷ୍ୟ ରଖି ଦୀର୍ଘ ଦୁଇ ବର୍ଷ ଧରି ବାଙ୍କୀ ଗଡ଼ର ରଜା ସାହେବ ଙ୍କ କ୍ରୀଡା ଖଳା ରେ ଦୋଳ ପର୍ବ ଅବସରରେ ଅନୁଷ୍ଠିତ ହେଉଛି ଲଉଡ଼ି ଖେଳ ପ୍ରତିଯୋଗିତା ! ଚଳିତ ବର୍ଷ ଏହି ପ୍ରତିଯୋଗିତା ରେ ପ୍ରାୟ ୭ ଗୋଟି ଦଳ ସାମିଲ ହୋଇଥିଲେ ! ଯେଉଁଥିରେ ଗୋପାଳ ସମ୍ପ୍ରଦାୟର ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହି ପ୍ରତିଯୋଗିତା ରେ ଭାଗ ନେଇଥିଲେ ! ଗୋପାଳ ମାନେ ନିଜର ପାରମ୍ପରିକ ଗୀତ ର ତାଳେ ତାଳେ ଝୁମି ଉଠିଥିଲେ , ଆଉ ଦେଖାଇଥିଲେ ନିଜର ଏହି ପାରମ୍ପରିକ ଲଉଡ଼ି ଖେଳ ! ଏହି ଲଉଡ଼ି ପ୍ରତିଯୋଗିତା କୁ ଦେଖିବା ପାଇଁ ଦର୍ଶକଙ୍କ ବେଶ ଭିଡ଼ ଜମିଥିଲା ! ଲଉଡ଼ି ପ୍ରତିଯୋଗିତା ରେ ଯିଏ ଭଲ ଖେଳ ପ୍ରଦର୍ଶନ କରିବ ସେମାନଙ୍କ ପାଇଁ କପ ଓ ସିଲ ର ବ୍ୟବସ୍ଥା ରହିଥିଲା ! ଯାହାକୁ ଖୋଦ ବାଙ୍କୀ ଗଡ଼ର ରାଜାସାହେବ ଦୁର୍ଗା ମାଧବ ଶ୍ରୀଚନ୍ଦନ ମହାପାତ୍ର ବିଜୟୀ ଦଳକୁ ପ୍ରଦାନ କରିଥିଲେ !

Exit mobile version