Site icon Awaj Media

ଦଲକ ଏବଂ ଗୋଡ଼ା ସଂଯୋଗୀ ରାସ୍ତାର କଦର୍ଯ୍ୟ ଅବସ୍ଥା !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଦର୍ଯ୍ୟ ହୋଇପଡିଛି ଦଲକ ଏବଂ ଗୋଡ଼ା ସଂଯୋଗୀ ରାସ୍ତାର ଅବସ୍ଥା ! ଗମନାଗମନ ସଂପୂର୍ଣ୍ଣ ବାଧାପ୍ରାପ୍ତ ! ଏହି ରାସ୍ତା ଉପରେ ଦୈନିକ ପାଖାପାଖି ଦୁଇ ହଜାର ଲୋକ ଯାତାୟାତ ପାଇଁ ନିର୍ଭର କରୁଥିବା ସମୟରେ ରାସ୍ତାର ଦୂରାବସ୍ଥା ପ୍ରତି ପ୍ରଶାସନ ନୀରବଦ୍ରଷ୍ଟା ! ଦୀର୍ଘ ବର୍ଷ ଧରି ରାସ୍ତାର ମରାମତି ହେଉ ନଥିବାରୁ ଗ୍ରାମର ଲୋକମାନେ ହାଟ ବଜାର ଠାରୁ ଆରମ୍ଭ କରି ସ୍କୁଲ କଲେଜ ପିଲାମାନେ ପାଠ ପଢିବାକୁ ଯିବାପାଇଁ ଭୋଗୁଛନ୍ତି ସମସ୍ୟା ! ଏପରିକି ଜରୁରୀକାଳୀନ ସମୟରେ ଆମ୍ବୁଲାନସ ଯିବା ମଧ୍ୟ ସମ୍ଭବ ହେଉନାହିଁ ! ତେବେ ଏ ସମସ୍ୟା ମାସକର କିମ୍ବା ବର୍ଷକର ନୂହେଁ ! ଦୁଇ ଦଶନ୍ଧି ଧରି ରାସ୍ତାର ଅବସ୍ଥା ଯଥା ପୂର୍ବ , ତଥା ପର ! ଏହି ରାସ୍ତାରେ ଥରେ ଯାଇଥିବା ଲୋକ ଆଗରେ ବିକାଶର ସ୍ଲୋଗାନ ଦେଇ ଭାଷଣ ମାରିବା ସଂପୂର୍ଣ୍ଣ ହାସ୍ୟାସ୍ପଦ !

Exit mobile version