Site icon Awaj Media

ବଙ୍ଗଳାଛକ ପାଖ ମୁଖ୍ୟ ରାଜପଥରେ ଆମ୍ବୁଲାନ୍ସ ଦୁର୍ଘଟଣାରେ ଦୁଇ ଗୁରୁତର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ବଙ୍ଗଳାଛକ ପାଖ ମୁଖ୍ୟ ରାଜପଥରେ ଏକ ଅଜଣା ଗାଡ଼ି ସହିତ ଆମ୍ବୁଲାନ୍ସ ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ସହିତ ଜଣେ ଯୁବକ ଗୁରୁତର ଆହତ । ସୂଚନା ମୁତାବକ ଆମ୍ବୁଲାନ୍ସ ଗାଡି ନଂ OD 05 AW 7927 ଟି କଟକ SCB ରୁ ଆଜି କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରି ଅଞ୍ଚଳକୁ ଏକ ଶବ ଆଣି ଆସି ଅପରାହ୍ନ ସମୟରେ କଟକ ଫେରୁଥିବା ବେଳେ ଏକ ଅଜଣା ଗାଡି ସହ ଦୁର୍ଘଟଣା ଘଟିଥିଲା ! ଆମ୍ବୁଲାନ୍ସ ଡ୍ରାଇଭର ଜଗତପୁର ଅଞ୍ଚଳର ମୁନା ନାଏକ ଓ ତାଙ୍କ ସହିତ ଆମ୍ବୁଲାନ୍ସରେ ବସିଥିବା ଅନ୍ୟ ଜଣେ ଯୁବକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ଦୁର୍ଘଟଣା ଗ୍ରସ୍ତ ଦୁଇ ଯୁବକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଳିଙ୍ଗନଗର ସ୍ଥିତ ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ଦେଖିବାକୁ ମିଳିଛି ।

Exit mobile version