ଉମରକୋଟ ( ଆୱାଜ ମିଡ଼ିଆ ) – ବିଜୟଲତା ପାଣିଗ୍ରାହୀ : ସଡ଼କ ଦୁର୍ଘଟଣା ରେ ତିନି ମୃତ, ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନରେ ଥିବା ବକଡାବେଢା ଗ୍ରାମ ଛକ ଠାରେ ! ନବରଙ୍ଗପୁର ପଟରୁ ଏକ ସୁଜି ବୋଝେଇ ପିକ ଅପ ଗାଡି ନଂ OD 24 A 0302 ଆସୁଥିବା ବେଳେ ଉମରକୋଟ ପଟରୁ ଏକ ପ୍ୟାସନ ପ୍ରୋ ମୋଟର ସାଇକେଲ ନଂ OR 24 A 4697ରେ ତିନି ଜଣ ନିଜ ଗାଁ ମୋତିଗାଁ କୁ ଯାଉଥିବା ବେଳେ ମୁଁହା ମୁଁହି ଧକ୍କା ହୋଇଥିଲା ! ବାଇକ ରେ ଥିବା ତିନି ଜଣ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ଏବଂ ଘଟଣା ସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା ! ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଓ ଜଣେ ସ୍ତ୍ରୀ ଲୋକ ଅଟନ୍ତି ! ଉମରକୋଟ ପୋଲିସ ପହଞ୍ଚି ମୃତ ବ୍ୟକ୍ତି ମାନଙ୍କୁ ପୋଲିସ ଜିପରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ବ୍ୟବଛେଦ ପାଇଁ ନେଇଥିଲେ !
ସଡ଼କ ଦୁର୍ଘଟଣା ରେ ତିନି ମୃତ !!!

