ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗାଲୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନ ହନ୍ତୁଆଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ରେ ପ୍ରାଥମିକ ଉପଚାର ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଙ୍ଗାଧର ମହାପାତ୍ର ଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶିଷ୍ଟ ସମାଜସେବୀ ତଥା ସେଣ୍ଟଜନ ଆମ୍ବୁଲାନ୍ସର ସଭ୍ୟ ଅନନ୍ତ ଚରଣ ଖଟେଇ ଙ୍କ ଦ୍ଵାରା ବିଭିନ୍ନ ଦୁର୍ଘଟଣା, ସାପକାମୁଡା, ବିଜୁଳି ମାରିବା, ଅଂଶୁଘାତ, ସଡ଼କ ଦୁର୍ଘଟଣା ଆଦିରେ ଶିକାର ହୋଇଥିବା ବ୍ୟକ୍ତି ଙ୍କୁ ଛାତ୍ର ଛାତ୍ରୀ ଓ ବ୍ୟକ୍ତି ବିଶେଷ ମାନେ କିପରି ପ୍ରାଥମିକ ସହାୟତା ଦେଇ ରୋଗୀ ମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ପାରିବେ ଓ ସେମାନଙ୍କୁ ମୃତ୍ୟ ମୁଖରୁ ବଞ୍ଚାଇ ଦିଆଯାଇ ପାରିବ ସେ ସମ୍ପର୍କରେ ସବିଶେଷ ଶିକ୍ଷା ପ୍ରଦାନ କରାଯିବା ସହ ପିଲା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏଥି ସହିତ ରକ୍ତଦାନ ଓ ଅଙ୍ଗଦାନ ସମ୍ପର୍କରେ ଶ୍ରୀ ଖଟେଇ ପିଲା ମାନଙ୍କୁ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏତତ୍ ବ୍ୟତିତ ଜଳ ସଂରକ୍ଷଣ, ବୃକ୍ଷରୋପଣ, ପରିମଳ, ନିଶା ନିବାରଣ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ପୁରୀର ସମାଜସେବୀ ଅଭିମନ୍ୟୁ ଜେନା , ଶିକ୍ଷକ ଭଗବତୀ ମିଶ୍ର, ହରଷ ଦାସ, ସୁଷମା ଦାସ, ଅପରାଜିତା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ଓ ସଭା ପରିଶେଷରେ ଶିକ୍ଷୟତ୍ରୀ ପ୍ରମିଳା ଦେଇ ଧନ୍ୟବାଦ ଅର୍ପଣ କରିଥିଲେ ।
ବାଣପୁରରେ ପ୍ରାଥମିକ ଉପଚାର ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ !!!

